***ସ୍ବାର୍ଥର ହାଟରେ ସଂପର୍କ ସଉଦା***

0 72

ସବୁଠି ଅଛି ସ୍ବାର୍ଥ
ନିସ୍ବାର୍ଥ କେହି ନାହିଁ ଏ ଧରାରେ
ଯିଏ କହୁଛି: ନିଜକୁ ନିସ୍ବାର୍ଥୀ
ସେ ସଂପର୍କର ସ୍ବାଦ ଚାଖି ନାହିଁ
କିବା ଛଳନାର ଆଶ୍ରୟରେ
ଆବୃତ୍ତ ମାତ୍ର….!!
ପିତା ମାତା:ବିନା ସ୍ବାର୍ଥରେ ପିଲାକୁ ଜନ୍ମ
ଦିଅନ୍ତି ନାହିଁ/କି ଲାଳନପାଳନ କରନ୍ତି ନାହିଁ
ସେଠି ବି ପୁଳାଏ ସ୍ବାର୍ଥର ପାହାଡ….!!
ବଂଶ ରକ୍ଷା କରିବା /ପିଣ୍ଡ ଦାନ ଦେବା
ବୃଦ୍ଧ କାଳେ ସେବା କରିବା/ପୋଷିବା
ବି ସ୍ବାର୍ଥ ଜଡ଼ିତ/ମୃତ୍ୟୁ ପରେ କୋକେଇରେ
ନେଇ ଶ୍ମଶାନରେ ପୋଡିବା ବି
ସ୍ବାର୍ଥ ହୋଇ ପାରେ…..!!
ସଂପର୍କ ଦୁଇ ପ୍ରକାର
ପାରିବାରିକ ସଂପର୍କ ଆଉ ସାମାଜିକ
ସ୍ବାର୍ଥ ନଥିଲେ ସଂପର୍କ ନାହିଁ
ସଂପର୍କ ଥିଲେ: ସ୍ବାର୍ଥ ରହିଛି
ସଂପର୍କ ଆଉ ସ୍ବାର୍ଥ
ମୁଦ୍ରାର ଦୁଇ ପାର୍ଶ୍ଵ….!!
ପ୍ରେମ ବି ସ୍ବାର୍ଥରେ ବନ୍ଧା
ଭକ୍ତି ବି ସ୍ବାର୍ଥରେ ବନ୍ଧା
ଗୁରୁ – ଶିଷ୍ୟ/ ଭକ୍ତ – ଭଗବାନ
ପ୍ରେମିକ- ପ୍ରେମିକା/ ସ୍ବାମୀ – ସ୍ତ୍ରୀ
ସାଙ୍ଗ – ସାଥୀ କେଉଁଠି
ସ୍ବାର୍ଥ ରହିତ…..?
ଲୋଭ ମୋହ ମାୟାରେ ପୂର୍ଣ୍ଣ ଏ ସଂସାର
ଯେଉଁ ପ୍ରବଚକମାନେ କୁହନ୍ତି: ସ୍ବାର୍ଥ ତ୍ୟାଗ
ସେମାନେ ବି ବିନା ସ୍ବାର୍ଥରେ
ମଞ୍ଚରେ ପ୍ରବଚନ ଦିଅନ୍ତି ନାହିଁ
ପୁଳାଏ ଟଙ୍କା ଦକ୍ଷିଣା ନିଅନ୍ତି
ଏହା ହଁ ସମାଜରେ ଏକ ବିଡ଼ମ୍ବନା….!!

(କବି କେଶବ ଚନ୍ଦ୍ର ନାୟକ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.