ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ନେତାଜୀ ଜୟନ୍ତୀ ପାଳିତ ।

0 470

ବେଲଗୁଣ୍ଠା, ୨୩/୦୧(ପିପିଟି):ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ନେତାଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି ।
ଏହି ଅବସରରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ନେତାଜୀ ଙ୍କ ବିରତ୍ଵ ବିଷୟ ଆଲୋଚନା କରି ତାଙ୍କରି ଆଦର୍ଶ ରେ ଅନୁପ୍ରାଣୀତ ହେବା ପାଇଁ ପରାମର୍ଶ ଦେଇଥିଲେ। ମନୁଷ୍ୟ ନିଜ ଜିବନ ରେ ସେବା ମନବୃତି ରଖି ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ମତ ବ୍ୟକ୍ତ କରିଥିଲେ। ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ନେତାଜୀ ଜଣେ ଆଦର୍ଶ ଜନନାୟକ ବୋଲି ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର କିଛି ଛାତ୍ରୀ ନିଜ ରଚନା ର ଗୀତ ଗାନ କରିଥଲେ। ଅନୁଷ୍ଠାନ ର ସୁକାନ୍ତ ଗୁରୁଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ସହ ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଏହି
କାର୍ଯ୍ୟକ୍ରମ ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗ ରେ ସମାପ୍ତି କରାଯାଇଥିଲା।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.