ସ୍ବାଭିମାନ ଅଞ୍ଚଳର ଆଠଟି ପଞ୍ଚାୟତରେ ନିଜସ୍ଵ କାର୍ଯ୍ୟାଳୟ ନାହିଁ ।

0 285

ମାଲକାନଗିରି୧୫/୦୩(ପିପିଟି) :ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ବା ସ୍ବାଭିମାନ ଅଞ୍ଚଳ ଭାବେ ନୂତନ ନାମରେ ପରିଚୟ ବହନକରିଥିବା ୮ଟି ପଞ୍ଚାୟତରେ ଆଜି ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ନାହିଁ ବୋଲି ପୂର୍ବତନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ସେଗୁଡିକ ହେଲା ବିଛିନ୍ନାଞ୍ଚଳର ଯନ୍ତ୍ରୀ,ଗାଜଲମାମୁଡି,ପାପରମେଟଲା,ପଣସପୁଟ, ଧୂଳି ଫୁଟ,ରାଲେଗଡା,ଯୋଡାମ୍ବ ଏବଂ ଅଣ୍ତ୍ରାପଲ୍ଲୀ ।ଶ୍ରୀ ମାଝୀ ଗତ ଜାନୁୟାରୀ ୮ ଓ ୯ ତାରିଖ ରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ
ପରିଭ୍ରମଣ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସମୟରେ ଏ ସବୁ ପଞ୍ଚାୟତ ଗୁଡ଼ିକରେ ନିଜସ୍ୱ ପଞ୍ଚାୟତ କାର୍ଯ୍ୟାଳୟ ନଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ସରପଞ୍ଚମାନେ ନିଜ ଘରକୁ ଅଫିସ ଭାବେ ବ୍ୟବହୃତ କରୁଛନ୍ତି।ଅନ୍ଯ ପକ୍ଷରେ ଓଡ଼ିଆ ସରକାର ସ୍ବାଭିମାନ ଅଞ୍ଚଳ ବିକାଶ କଥା କାଗଜ କଲମରେ ବ୍ୟାପକ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତିି।ଅନ୍ଯ ପକ୍ଷରେ ଯନ୍ତ୍ରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କୁ ମଧ୍ୟ ଘର ଯୋଗାଇ ଦିଆଯାଇ ନାହିଁ। ଏହା ବିକାଶ ନଗ୍ନ ନମୁନା ବୋଲି ସେ ଗଣ ମାଧ୍ୟମକୁ ଜଣାଇଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ମାଝୀ ମାଲକାନଗିରି ଜିଲ୍ଲାଙ୍କୁ ପତ୍ରାଳାପ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.