ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ବାଭିମାନ ରହିଛି। ସ୍ବାଭିମାନ ହେଉଛି ମଣିଷର ପୁଞ୍ଜି। ଯାହାର ସ୍ବାଭିମାନ ନାହିଁ, ସମାଜରେ
କିଛି ପରିବର୍ତ୍ତନ ହେବ ନାହିଁ। କିବା ଗତାନୁଗତିକ ରୀତିରେ ଚାଲିଥିବା ଚଳଣି ର ପରିମାର୍ଜି ହେବ ନାହିଁ। ଏଥି ପାଇଁ କେହି କେହି ରୋକା ଠୋକ୍ କହି ଦିଅନ୍ତି । ହୁଏ ତ ସତ କହିବାକୁ ହାଇ ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି ହୋଇ ପାରେ। ଯୁକ୍ତିତର୍କ ହୋଇ ପାରେ। ପରସ୍ପର ମଧ୍ୟରେ ତିକ୍ତତା ଘନେଇ ପାରେ ।
ଆଜି କାଲି ସରକାରୀ ହେଉ କି ବେସରକାରୀ ହେଉ ନାନା ପ୍ରକାର ସଚେତନତା ସଭା, କର୍ମଶାଳା, ବୈଠକ, ବାର୍ଷିକ ଉତ୍ସବ ଆଦି ପାଳନ ହେଲେ । ସାହିତ୍ୟ ସଭା ଆଜି କାଲି ଗଳିକନ୍ଦିରେ ପାଳିତ ହେଲାଣି।
ଏ ସବୁ ସଭାଗୁଡିକରେ ଅଧିକାଂଶ ଚାନ୍ଦା ଦେଉଥିବା ଲୋକଙ୍କ
ମାନ ସମ୍ମାନ ବେଶି। ଅତିଥି ଆସନରେ ଅଳଙ୍କୃତ ହୁଅନ୍ତି। ସେ ବ୍ଯକ୍ତି ରେ ଯୋଗ୍ୟତା ଥାଉ କି ନଥାଉ, ଏଥି ପାଇଁ ଆୟୋଜିତ
ଆଖି ବନ୍ଦ କରି ସଂପୂର୍ଣ୍ଣ ସମର୍ଥନ କରନ୍ତି। ଯେଉଁମାନେ ଅତିଥି
ହେବା ପାଇଁ ଯୋଗ୍ଯ, ସେମାନଙ୍କୁ ଅଣଦେଖା କରାଯାଏ । ଏଣୁ
ଯୋଗ୍ଯ ବ୍ଯକ୍ତି ଟି ଯେତେ ବେଳେ କିଛି ବକ୍ତବ୍ୟ ଦେବାର ସାମର୍ଥ୍ୟ ଥାଇ ଅଣଦେଖା ହୁଏ, ଏଥିରେ ଯୋଗ୍ଯ ବ୍ଯକ୍ତି କୁ ବହୁମତ ଯନ୍ତ୍ରଣା ଅନୁଭବ ହୁଏ। ସ୍ବାଭିମାନ ଜାଗି ଉଠେ। ଉକ୍ତ ବୈଠକ ବା ସଭା ସ୍ଥଳକୁ ପରିତ୍ୟାଗ କରି ପଳାୟନ କରେ ।
ସରକାରୀ ସ୍ରରରେ ହେଉଥିବା ବୈଠକରେ ପ୍ରଥମ ପ୍ରାଧାନ୍ୟ ଦିଆଯାଏ ଶାସକ ଦଳର ନେତା,କୁଜି ନେତା ବା ଚାମଚା ବେଲଚା ମାନଙ୍କୁ । ବରଂ ସେମାନଙ୍କୁ କୌଣସି ବିଷୟବସ୍ତୁ ଉପରେ ଜ୍ଞାନ ନ ଥାଉ, ସେ ଗଧ ପରି ଏଣେ ତେଣେ ଗୁଡାଏ
ମାଇକ୍ ପାଖରେ ଗୋଟେ । ଆଉ ଗପିବା ବେଳେ ନିର୍ବୋଧ ପରି ହସେ । ମୁର୍ଖ ଲୋକମାନଙ୍କୁ ଅତିଥି ଆସନରେ ଭିଡି ଟାଣି ମଞ୍ଚାସୀନ କଲେ ଅବସ୍ଥା ଯାହା ହୁଏ। ଏଣୁ ଗାଁ ର ୱାର୍ଡ ମେମ୍ବର, ପଞ୍ଚାୟତରେ ସରପଞ୍ଚ, ବ୍ଲକ ବା ଏନ୍ ଏସିଆରେ ଚେୟାରମେନ ଆଉ ବିଧାୟକ ଓ ସାଂସଦ ପ୍ରତିନିଧିମାନଙ୍କ
ଭାଷଣ ଶୁଣିଲେ, ସେଥିରେ ଆକାଶ ପାତାଳ ବ୍ୟତିକ୍ରମ ବୋଲି
ଅନୁଭବ ହୁଏ। ଏବେ ବି ରାଜ୍ୟରେ ଥିବା ଜିଲ୍ଲା ଗୁଡିକରେ ସାକ୍ଷରତା ହାର ବୃଦ୍ଧି ପାଇଥିଲେ ମଧ୍ୟ ଅଧିକାଂଶ ରାଜନୈତିକ ଦଳରେ ଅପାଠୁଆ, ଅର୍ଦ୍ଧ ଶିକ୍ଷିତ ଲୋକମାନେ ନେତା ପାଇଁ
ଭିଡ ଜମାନ୍ତି। ଶିକ୍ଷିତ ଲୋକମାନଙ୍କୁ ହୁଏ ତ ରାଜ ନୈତିକ ପଦପଦବୀ ମିଳିବା କଷ୍ଟକର। ଆଉ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତଦାନମାନେ ଯୋଗ୍ୟତା ନ ଦେଖି ଅର୍ଥ ଯୁଆଡେ
ମତଦାନ ସିଆଡେ ନୀତିକୁ ଆପଣାଇ ଥାନ୍ତି। ଏଣୁ ତ ଗଣତନ୍ତ୍ର
ବର୍ତ୍ତମାନ ବାଟବଣା। ଦେଶର ପ୍ରଗତିରେ ବିରାଟ ପ୍ରତି ବନ୍ଧକ
ଦେଖା ଦେଇଛି। ଦେଶ ଭକ୍ତି ନଥିବା ବା ଦେଶ ପ୍ରୀତି ନଥିବା
ଲୋକମାନେ ଯଦି ନେତା ହୁଅନ୍ତି,ଦେଶ ର ବିନାଶ ହିଁ ବିନାଶ ହେବା ସ୍ବାଭାବିକ କଥା । ମୁର୍ଖ ମାନେ ନେତା ହେଲେ ଅଫିସରମାନେ ଭାରି ଖୁସି। କାରଣ ନେତାମାନଙ୍କୁ ବୋକା ବଢାଇବାର ସହଜ ମାଧ୍ଯମ। ନେତାମାନେ ଅର୍ଦ୍ଧ ଶିକ୍ଷିତ ହେତୁ
ଅଫିସରଙ୍କୁ ନିର୍ଦ୍ଦେଶ ଦେଲା ଭଳି କ୍ଷମତା ନାହିଁ। ଏଣୁ ଗଣତନ୍ତ୍ର
ବ୍ୟବସ୍ଥାରେ ଅଫିସରଙ୍କ ରାଜ ଚାଲିଛି। ଅଫିସର ରାଜରେ
ନେତା ପରିଚାଳିତ ଯୋଗୁଁ ଗଣତନ୍ତ୍ର ବିପଦରେ । ଅଫିସର ରାଜ୍ ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚେ । ଅର୍ଥନୀତିରେ
ବିଭ୍ରାଟ ଦେଖା ଦିଏ। ଋଣ ଭାର ବଢେ। କିଛି ମୁଷ୍ଟିମେୟ ରାଜ ନେତା, ସରକାରୀ ଅଫିସର ପାଖରେ କୋଟି କୋଟି ସମ୍ପତ୍ତି ଠୁଳ ହୁଏ। ଦେଶ ବା ରାଜ୍ୟ ରାଜ କୋଷ ଶୂନ୍ୟ ହୁଏ।
ଆଜିକାଲି ଦେଶ ବା ରାଜ୍ୟ ଗୁଡ଼ିକର ଅବସ୍ଥା ସେୟା। ଏଣୁ ଗଣତନ୍ତ୍ର କୁ ସୁଦୃଢ କରିବାକୁ ହେଲେ । ନେତାମାନଙ୍କ ଯୋଗ୍ୟତା ରେ ସଂଶୋଧନ ହେବା ଆବଶ୍ୟକ। ଜଣେ ସରପଞ୍ଚ ହେଉ କି ଜଣେ ଚେୟାରମେନ ହେଉ କି ଜଣେ ବିଧାୟକ ହେଉ କି ଜଣେ ସାଂସଦ ପ୍ରାର୍ଥି ହେଉ ସର୍ବନିମ୍ନ ଯୋଗ୍ୟତା ନିର୍ଦ୍ଧାରିତ ହେବା ଆବଶ୍ୟକ। ସମ୍ବିଧାନ ପ୍ରଣୟନ ହେବାର ୭୫ ବର୍ଷ ପରେ ମଧ୍ୟ ଯଦି ଶିକ୍ଷାଗତ ଯୋଗ୍ୟତା ନଥିବା ନେତା ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ପ୍ରାର୍ଥୀ ହେବେ ଏହା ଠାରୁ ଲଜ୍ଜା
ଜନକ ଘଟଣା କ’ଣ ହୋଇ ପାରେ। ଯଦି ଜଣେ ଝାଡୁଦାର ପଦବୀ ପାଇଁ ଶିକ୍ଷା ଗତ ଯୋଗ୍ୟତା ମଗାଯାଉଛି,ଜଣେ ଚପରାସି ହେବା ପାଇଁ ଶିକ୍ଷା ଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି, ତେବେ ନେତା ଙ୍କ କ୍ଷେତ୍ରରେ କାହିଁକି ନୁହେଁ? ନେତା ମାନେ କ’ଣ ମାଗଣା ସେବା ଯୋଗାଉଛନ୍ତି କି ? ନେତାମାନେ କ’ଣ ଭତ୍ତା ପାଉ ନାହାଁନ୍ତି କି ?
ଏଥି ପାଇଁ କେବେ ଗଣତନ୍ତ୍ର ରାଷ୍ଟ୍ର ଭାରତରେ କୌଣସି ସାମାଜିକ ଗୋଷ୍ଠୀ ଆନ୍ଦୋଳନ ନ କରିବା ଦୁର୍ଭାଗ୍ୟଜନକ ଘଟଣା।
ଏବେ ମୁଁ ଦେଖୁଛି ହୋମ୍ ଗାର୍ଡ ପାଇଁ ଯୋଗ୍ୟତା ୫ମ ପାଶ। ମାତ୍ର ବହୁ ଆବେଦନ ନାରୀମାନେ ହୋମ ଗାର୍ଡ ଚାକିରି ପାଇଁ
ଏମ୍ ଏ,ବିଏ, ଇଞ୍ଜିନିୟରିଂ ଯୁବକ ଯୁବତୀ ମାନେ ଆବେଦନ କରିଛନ୍ତି। ଯଦି ସାମାନ୍ୟ ହୋମ୍ ଗାର୍ଡ ଚାକିରି ପାଇଁ ଉଚ୍ଚ ଶିକ୍ଷିତ ପ୍ରାର୍ଥି ମାନେ ଆବେଦନ କରି ପାରୁଛନ୍ତି। ତେବେ ନେତା ମାନେ ଅପାଠୁଆ କାହିଁକି ?
ସେମିତି ସାହିତ୍ୟ ଜଗତର କଥା। ଯେଉଁମାନେ ସାହିତ୍ୟର “ସ” ଅକ୍ଷର ଜାଣନ୍ତି ନାହିଁ , ସେମାନେ ଅଧିକାଂଶ ସାହିତ୍ୟ ଅନୁଷ୍ଠାନ ଗଢି ଓଡ଼ିଆ ଭାଷାର ସୁରକ୍ଷା ଆଉ ସମୃଦ୍ଧି ପାଇଁ ଅଣ୍ଟା ଭିଡନ୍ତି ।
ତାଙ୍କର ମୁଖ୍ୟ କାମ ହେଲା ମାନପତ୍ର ବିକି ଦୁଃଖ ଦୁଇ ପଇସା ରୋଜଗାର କରିବା। ଆଉ ମେଗାଜିନ୍ ଛାପି ବିଭିନ୍ନ ସ୍ରୋତରୁ
ଅର୍ଥ ସାଉଁଟିବା । ଏବେ କବିତା, ଗଳ୍ପ ଆଉ ପ୍ରବନ୍ଧ ଛାପିବା ପାଇଁ ଖୋଲାଖୋଲି ଟଙ୍କା ଦାବି କରା ଯାଉଛି। ଫେସ୍ ବୁକ୍ ଆଉ ହ୍ବାଟସପରେ ମଧ୍ୟ ଟଙ୍କା ଦେବା ପାଇଁ ପୋଷ୍ଟ କରାଯାଉଛି।
ଏହା ଠାରୁ ଭଲ ବେପାର କ’ଣ ହୋଇ ପାରେ ? ଯଦି ଅର୍ଦ୍ଧ ଶିକ୍ଷିତ ହାତରେ ଓଡ଼ିଆ ସାହିତ୍ୟର ଭାଗ୍ଯ ଡୋରି ବନ୍ଧା ପଡିଛି
: କବି ସୂର୍ଯ୍ୟ ବଳଦେବ ରଥଙ୍କ ଉକ୍ତି ଅନୁସାରେ ” କାହାକୁ କହିବା, କପାଳରେ ସିନା କର ମାରିବା” !
ତେଣୁ ମାନପତ୍ର ପାଇବା ପାଇଁ ମଧ୍ୟ ବହୁତ ବ୍ଯକ୍ତି ଅର୍ଥ ବଳରେ
ପ୍ରତିଭାକୁ କ୍ରୟ କରନ୍ତି। ଏଣୁ ବାସ୍ତବରେ ଯେଉଁ ମାନଙ୍କର ପ୍ରତିଭା ରହିଛି, ଆଜି ସେମାନେ ସବୁଠି,ସବୁ କ୍ଷେତ୍ରରେ ଅବହେଳାର ଶିକାର। ଅମର ପୂର୍ବ ସୁରିମାନେ ସାହିତ୍ୟ କ୍ଷେତ୍ରରେ ଅମ୍ଳାନ ପ୍ରତିଭାର ଅଧିକାରୀ ଏବଂ ସେମାନଙ୍କ ସାହିତ୍ୟ କୃତି ଆଜି ମଧ୍ୟ ଶତମୁଖର। ସେମାନେ ଆମର ଚିର ନମସ୍ୟ। ସେମାନେ ଥିଲେ ସ୍ଵାଭିମାନୀ। ପଦ ପ୍ରତିଷ୍ଠା ପାଇଁ
କାହା ସମୀପରେ ହସ୍ତ ପ୍ରସାର କରୁ ନଥିଲେ। ନିଜ କୃତିତ୍ୱରେ ସେମାନେ ମହାନ। ମାତ୍ର ସେହି ସ୍ବାଭିମାନ ଆମ ପାଖରେ ମଲା
ପର୍ଯ୍ୟନ୍ତ ରହିବା ଦରକାର। କର୍ମ କର ଫଳରେ ଆଶା ରଖି ନାହିଁ । ଏଥି ପାଇଁ ଦିନ ଆସିବ ଫଳ ଆପେ ଆପେ ଆପଣଙ୍କ ଚରଣ ସ୍ପର୍ଶ କରିବ। ମନ୍ଦ ବୁଦ୍ଧି । ମନ୍ଦ ବିଚାର। କ୍ଷଣିକ ମାତ୍ର। ଉଚ୍ଚ ବିଚାର ଓ ପ୍ରସସ୍ତମନା ହେଲେ ,ଏ ସମାଜ ଯୁଗ ଯୁଗ ଅକ୍ଷୟ କୀର୍ତ୍ତି କୁ ଅକ୍ଷୁର୍ଣ୍ଣ ରଖିବ। ଏଣୁ ଉପଯୁକ୍ତ ଲୋକମାନଙ୍କୁ, ଉଚିତ ସମ୍ମାନ ଦେବା, ଠିକ୍ ଲୋକଙ୍କୁ ଠିକ୍ ଆସନରେ ଅଳଙ୍କୃତ କରା ଗଲେ ବା ସୁସାହ୍ଯିକମାନଙ୍କୁ ଚୟନ କରି ପ୍ରଶଂସା ପତ୍ର ବା ମାନପତ୍ର ଦେଲେ ସେହି ଅନୁଷ୍ଠାନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ଏଥିରେ ଦ୍ବିମତ ନାହିଁ।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ )
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋହନ:୯୪୩୭୭୭୯୪୪୭