ବୋଲଗଡ଼, ୨୭/୦୧(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ବିଦ୍ୟାଳୟର ପ୍ରତିଷ୍ଠାତା ଚତୁର୍ଭୁଜ ପରିଜା ଏବଂ ସ୍ବାଧୀନତା ସଂଗ୍ରାମୀ ଗୋପୀନାଥ ପରିଜା,ମହାତ୍ମା ଗାନ୍ଧି, ସୁଭାଷ ଚନ୍ଦ୍ରବୋଷ,ଜୟୀ ରାଜଗୁରୁ,ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସ,ସଂପୁର ଗାଁ ମଧ୍ୟରେ ସ୍ଥାପିତ ସ୍ୱାଧୀନତା ସଂଗ୍ରାମୀ ବାବାଜୀ ଦାଶ ଏବଂ ପ୍ରସିଦ୍ଧ ଜ୍ୟୋତିର୍ବିଦ,କବି,ନାଟ୍ୟ କାର ତଥା ଚିକିତ୍ସକ ତାରେଶ୍ୱର ଚୌଧୁରୀଙ୍କ ପ୍ରତିମୂର୍ତିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ବୋଲଗଡ଼ ଭଏସ ମିଡ଼ିଆର ସଭାପତି ନିରଞ୍ଜନ ନାୟକ, ଅବିନାଶ ମହାନ୍ତି, ସାନ୍ତ୍ୱନୁ ଛୋଟରାୟ,ଚନ୍ଦନ ବିଶ୍ୱାଳ, ପ୍ରଭଞ୍ଜନ ସମେତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ, ସଂପୁର ଏବଂ ଖଙ୍ଗୁରିଆ ଯୁବଗୋଷ୍ଠୀ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ମାଲ୍ୟାର୍ପଣ କରିଥିଲେ । ସଂପୁର ଗ୍ରାମର ସଫଳ କୃଷକ ସଦାନନ୍ଦଛୋଟରାୟ ଏବଂ ରବୀନ୍ଦ୍ର କୁମାର ଦେଓଙ୍କୁ ଦୁଇ ଯୁବଗୋଷ୍ଠୀ ବାଇକ ରା଼ଲି କରିବା ସହ ସେ ସମ୍ବର୍ଦ୍ଧିତ କରିଥିଲେ । ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ହରିରାଜପୁରସ୍ଥିତ ସରକାରୀପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ସୁବୁଦ୍ଧି ଓଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)।