ସ୍ବର୍ଗତ ପଦ୍ମଚରଣ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ।

0 182

ପୋଲସରା ,୦୧/୦୬(ପିପିଟି) : ବର୍ଷିୟାନ ଶିକ୍ଷକ ନେତା ସ୍ବର୍ଗତ ପଦ୍ମଚରଣ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାସୁମନ ଶ୍ରଦ୍ଧାଞ୍ଜଳୀ ଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ନିଗମନଗର, ସ୍ଥିତ ଶ୍ରୀୟା ନଗର ନିଜ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ସୁପୁତ୍ର ସୁଶାନ୍ତ କୁମାର ସ୍ୱାଇଁଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ମୁରଲୀଧର ନନ୍ଦ, କାମ୍ଫ ବାଢେଇ, ପୁରୁଷୋତ୍ତମ ନନ୍ଦ (ପୁରୀଆ), ପ୍ରକାଶ ଚନ୍ଦ୍ର ପ୍ରଧାନ ଆଇନଜୀବୀ ତଥା ପୂଜ୍ୟ ପୂଜା ପ୍ରତିଷ୍ଠାନ କାର୍ଯ୍ୟକାରୀ ସଭାପତି ଡ଼ଃ ଜ୍ୟୋତିର୍ମୟ ପଟ୍ଟନାୟକ, ସୁକାନ୍ତି ସାହୁ, ନିଳୀମା ସାହୁ, ରଂଜନ କୁମାର ସାହୁ, ଡ଼ଃ ସାହୁ ପ୍ରମୁଖ ଶିକ୍ଷାବିତ ଓ କାର୍ଯ୍ୟରତ ଶିକ୍ଷକ ବୃନ୍ଦଙ୍କ ସମେତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ବିଶିଷ୍ଠ ସୁନାମଧନ୍ୟ ସମାଜସେବୀ ପ୍ରଭାକର ପଣ୍ଡା ମଧ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବର୍ଗତଙ୍କ ଫଟୋଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚାସିନ ଅତିଥିମାନେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ପରେ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମିନଟ ନିରବ ପ୍ରାର୍ଥନା କରାଯିବା ସହିତ ଅତିଥି ମୁରଲୀଧର ନନ୍ଦଙ୍କ ସଭାପତିତ୍ବରେ ଅତିଥିବୃନ୍ଦ
ଦୀବ°ଗତଙ୍କ ଆଦର୍ଶ ଓ କର୍ମମୟ ଏଵଂ ପ୍ରେରଣାଦାୟୀ ଜୀବନ ଉପରେ ନିଜନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ପରିବାର ତରଫରୁ ମ°ଚାସିନ ଅତିଥି ବୃନ୍ଦଙ୍କ ସମେତ ଉପସ୍ଥିତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାବିତଙ୍କୁ ଗୁରୁ ପର°ପରା ଅନୁସାରେ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସ୍ବର୍ଗତଙ୍କ ସ୍ମୃତିରେ “ଶ୍ରଦ୍ଧାସୁମନ” ସ୍ମରଣିକା ଅତିଥିମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା। ଅତିଥିଙ୍କୁ ସ୍ଵାଗତ ଏଵଂ ପରିଚୟ ଯୁବ ଉପସ୍ଥାପକ ତଥା ଅଧ୍ୟାପକ ଦେବାଶିଷ ସ୍ୱାଇଁ କରିଥିବାବେଳେ କାର୍ଯ୍ୟକ୍ରମ ଶେଷରେ ପରିବାର ତରଫରୁ ପରିବାର ମୁଖ୍ୟ ସୁଶାନ୍ତ କୁମାର ସ୍ବାଇଁ ଉକ୍ତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗଦେଇ ଆନ୍ତରିକତା ସହିତ ସହଯୋଗ କରିଥିବା ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ ଧନ୍ୟବାଦ୍ ସହିତ କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.