ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର ।

0 171

ବେଗୁନିଆପଡା,୩୦/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବେଗୁନିଆପଡା ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କେ. ବୃନ୍ଦାବନ ସେନାପତି ଆଣ୍ଡ ସନସ ଓ ଜୀବନ ଧାରା ପକ୍ଷରୁ ଆୟୋଜିତ ମିଳିତ ରକ୍ତଦାନ ଶିବିରରେ ସ୍ବର୍ଗତ କେ ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ଧର୍ମପତ୍ନୀ କେ.ସନ୍ଧ୍ୟାରାଣୀ ସେନାପତି ଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିବା ବେଳେ,ତାଙ୍କ ପୁଅ କେ.ବାଲାଜୀ କୁମାର ସେନାପତି, ପୁତ୍ରବଧୂ କେ.ରେଶମା ରାଣୀ ସେନାପତି,ନାତି କେ. ଶ୍ରୀୟାନ ସେନାପତିଙ୍କ ସମେତ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ର, ଜୀବନ ଧାରା ଅନୁଷ୍ଠାନ ସଭାପତି କେ. ଗୋପବନ୍ଧୁ ଆଚାରୀ,ସଦସ୍ୟ ସୋମେଶ ପାତ୍ର, ସହ ସମ୍ପାଦକ ହୃଦାନନ୍ଦ ପ୍ରଧାନ,କୋଷାଧକ୍ଷ ଦୀପକ କୁମାର ଖଟେଇ, ଉପ ସଭାପତି ଗଙ୍ଗାଧର ପଟ୍ଟନାୟକ,ରାଜ୍ୟ ସମାଜ ସେଵୀ ମହାସଂଘ ସମ୍ପାଦକ ଧର୍ମାନନ୍ଦ ମହାରଣା,ସତ୍ୟସାଇ ଟିୟୁଟୋରିଅଲର ନିର୍ଦେଶକ ପ୍ରଶାନ୍ତ କୁମାର ବେହେରା, ଶିବ ଶଙ୍କର ତରାଇ ପୂର୍ବତନ ଜିଲ୍ଲା ପରିଷଦ ଗଙ୍ଗାଧର ଖୁଣ୍ଟିଆ, ବିଜୟ କୁମାର ଦୋରା,ପରିବେଶବିତ ସୁଧାଂଶୁ କୁମାର ପ୍ରଧାନ,ଟୁକୁନା ପ୍ରଧାନ, କେ.ପ୍ରଦୀପ କୁମାର ପାତ୍ର, କେ.ପ୍ରଶାନ୍ତ କୁମାର ପାତ୍ର, ଦଣ୍ଡୁ ପ୍ରଧାନ,ନାରାୟଣ ସୁମନ୍ତରାୟ,ଦୀପ୍ତି ପ୍ରକାଶ ନାୟକ, ଗୋପବନ୍ଧୁ ସାହୁ,ସନ୍ତୋଷ କୁମାର ନାୟକ, ସୁରେନ୍ଦ୍ର କୁମାର ଜେନା, ଅଶୋକ କୁମାର ସେନାପତି, ଜଟେଶ୍ୱର, ନାରାୟଣ ବେହେରା,ତପନ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରତି ରକ୍ତଦାତାଙ୍କୁ ଚାରା ବଣ୍ଟନ କରାଯାଇଥିଲା। ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମକର୍ତ୍ତା ମାନେ ରକ୍ତ ସଂଗ୍ରହ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.