ସ୍ବଚ୍ଛତା ସେବା ଉପଲକ୍ଷେ ବ୍ଲକ୍ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ।

0 213

ସୁବର୍ଣ୍ଣପୁର ,୨୯/୦୯(ପିପିଟି) : ସୁବର୍ଣ୍ଣପୁର ନିଉ ଟାଉନ୍ ହଲ୍ ଠାରେ ସ୍ବଚ୍ଛତା ସେବା ୨୦୨୪ ଅବସର ରେ ବ୍ଲକ୍ ସ୍ତରୀୟ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଯାଇଛି । ସୋନପୁର ବିଡ଼ିଓ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରି ସ୍ଵଚ୍ଛତା ସେବା ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏ ଇ ଇ ବୈଜୟନ୍ତି କର୍ଣ୍ଣ, ଏବିଡିଓ ଶଶୀ ଭୂଷଣ ପ୍ରଧାନ ସଭା ଓ ପୁରସ୍କାର ବିତରଣୀ ଉତ୍ସବ ରେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ସ୍ୱଚ୍ଛ ସମାଜ ଓ ସ୍ୱଚ୍ଛ ଭାରତ ବିଷୟ ବସ୍ତୁ କୁ ନେଇ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିବା ବେଳେ ସହର ତଥା ଗ୍ରାମାଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ରୁ ଶହେ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ଥିଲେ । ସବ୍ ଜୁନିଅର, ଜୁନିଅର ଓ ସିନିୟର୍ ବର୍ଗ ରେ ଏହି ପ୍ରତିଯୋଗୀ ମାନେ ପ୍ରତିଯୋଗୀତା ରେ ଭାଗ ନେଇ ଥିବା ବେଳେ ସୋନପୁର ଆର୍ଟ ସ୍କୁଲ୍ ର ଅଧ୍ୟକ୍ଷ ଆର୍ଟିଷ୍ଟ ଶ୍ୟାମ ସୁନ୍ଦର ମେହେର ଓ ଚୌଧୁରୀ ବିଭାର ବିଚାରକ ଭାବରେ ଏଥିରେ ଯୋଗ ଦେଇଥିଲେ । ସ୍କୁଲ ଶିକ୍ଷକ ଅଭିଭାବକ ଅଭିଭାବିକା ବୁଦ୍ଧିଜୀବୀ ସାମ୍ବାଦିକ ସ୍ବଚ୍ଛ ଭାରତ କର୍ମକର୍ତା ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ଚିତ୍ର ପ୍ରଦର୍ଶନ ରେ ମୁଗ୍ଧ ହୋଇ ଥିଲେ । ବିଆରସି ଵିବେକା ନନ୍ଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବ୍ଲକ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.