ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ।

0 177

ପୋଲସରା,୧୫/୧୦ (ପିପିଟି):ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଳଙ୍କୁ ସ୍ୱାଗତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଡ଼ଃ ଦିଲ୍ଲୀପ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ତଥା ମହାବିଦ୍ୟାଳୟ ର ଶୈକ୍ଷିକ ଅଧିକାରିଣୀ ଡ଼ଃ ରୋଜିତା ମିଶ୍ର, ଅଧ୍ୟାପକ ଦେବାଶିଷ ସ୍ୱାଇଁ,ଡେମୋନଷ୍ଟେଟର ସୁଜ୍ଞାନୀ କୁମାରୀ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ଉଦ୍ଭିଦ ଶିକ୍ଷା ର ଗୁରୁତ୍ୱ ଓ ମହତ୍ତ୍ୱ ସମ୍ପର୍କ ରେ ଦିଗଦର୍ଶନ ପ୍ରଦାନ କରିଥିଲେ  । ନବାଗତ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ପରିଚୟ ପ୍ରଦାନ କରିବା ସହ ଅନୁଭୂତି ସମ୍ପର୍କ ରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ସ୍ବର୍ଣ୍ଣ ପ୍ରଭା ବେହେରା, ପ୍ରଯୁକ୍ତା ନାୟକ, ପ୍ରାଚୀ ପ୍ରତୀକ୍ଷା ଦାଶ, ଭିତିକା ପ୍ରଧାନ, ସୁଚିସ୍ମିତା ଶତପଥୀ, ସୁଜାତା ଦାସ, ସ୍ନେହଲତା ସାହୁ, ଅମ୍ରିତା ପ୍ରିୟଦର୍ଶିନୀ ପ୍ରମୁଖ ବିଶେଷ ସହ ଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.