ବେଗୁନିଆପଡା,୧୭/୦୯(ପିପିଟି):ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଥିବା ବେଳେ ବେଗୁନିଆପଡା ବ୍ଲକ ପରିସର ରେ ଖୋଦ ବିଜେପି ମହିଳା ସଦସ୍ୟା ବିଭିନ୍ନ ଦାବି ନେଇ କାର୍ଯ୍ୟାଳୟ ଘେରାଉ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଦୀର୍ଘଦିନ ହେଲା ବେଗୁନିଆପଡା ବ୍ଲକ ରେ ବିଡ଼ିଓ ପଦବୀ ଖାଲି ରହିଛି । କୋଦଳା ତହସିଲଦାର ସସ୍ମିତା ଶତପଥି ବିଡ଼ିଓ ଦାୟିତ୍ୱରେ ଅଛନ୍ତି । ତହସିଲ କାର୍ଯ୍ୟ, ବିଡ଼ିଓ ଦାୟିତ୍ୱ ସାଙ୍ଗକୁ କୋଦଳା ସବ ରେଜିଷ୍ଟର ଦାୟିତ୍ୱରେ ରହିଥିବା ଫଳରେ ବ୍ଲକ କାର୍ଯ୍ୟାଳୟରେ ସମୟ ଦେଉ ନାହାନ୍ତି । ତେଣୁ ସାଧାରଣ ଜନତା ଅଭିଯୋଗ କରିବାକୁ ବ୍ଲକକୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶରେ ଫେରୁଛନ୍ତି । ଏଣୁ ସ୍ଥାୟୀ ବିଡ଼ିଓ ନିଯୁକ୍ତି କରାଯାଇ,ସ୍କୁଲ ପିଲାଙ୍କୁ ଡ୍ରେସ ଯୋଗାଣ ପାଇଁ ମହିଳା ସଂଘକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ କାହା ପ୍ରରୋଚନାରେ ଏହି ଅନିୟମିତତା କରାଯାଇଛି। ସବୁଠାରୁ ତୁରନ୍ତ ସମସ୍ତ ମହିଳା ସଂଘ କୁ ସମାନ ଭାବରେ ଡ୍ରେସ ଯୋଗାଇବା ପାଇଁ ନିର୍ଦେଶ ଦିଆଯାଉ। ଏହି ଦାବି ନେଇ ବୁଧବାର ଦିନ ବିଜେପି ପତାକା ଧରି ପିଙ୍କି ପ୍ରଧାନ ଓ ଛାୟା ବେହେରାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବାସହ ଏକ ଦାବିପତ୍ର ଭାରପ୍ରାପ୍ତ ବିଡ଼ିଓ ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ପ୍ରଦାନ କରିଥିଲେ ।ପ୍ରକାଶ ଥାଉକି ଏହାକୁ ନେଇ ଏହି ସଦସ୍ୟା ମାନେ ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣୀରେ ନିଜର ଦାବି ଜଣାଇଥିବା ବେଳେ ପୁଣି ୧୨/୦୯/୨୦୨୫ ରେ ଜିଲ୍ଲାପାଳଙ୍କ ନିକଟକୁ ପୁଣି ଦାବି ପତ୍ର ପଠାଇଥିବା ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )