***ସ୍ଥାଣୁ***

0 71

ମୁଁ ଜାଣେ
ତୋ ମନରେ କ୍ଷୋଭ ଅଛି
ଯନ୍ତ୍ରଣା ଅଛି
ମୋର ସ୍ମୃତିରେ
ସମୟ ସାରୁ
ଭଲ ନ ପାଆ ପଛେ
ଘୃଣା କଲେ ବି
ତୋ ସ୍ମୃତିରେ ମୁଁ ଅଛି….!!
ଭଲ ପାଇବା ଠୁଁ
ଘୃଣା ଭଲ….
ପୁଣ୍ୟ ଠାରୁ ପାପ ଭଲ
ଆଉ ସ୍ବର୍ଗ ଠାରୁ ନର୍କ ଭଲ
ଯାହା କି ବିନା ଦ୍ବିଧାରେ ପ୍ରାପ୍ତ ହୁଏ
ବିନା ପ୍ରତିଯୋଗୀତାରେ
ବିନା ପ୍ରତିବନ୍ଧକରେ ମିଳେ….!!
ସମସ୍ତଙ୍କୁ ହସ ଆବଶ୍ୟକ
ସମସ୍ତଙ୍କୁ ସୁଖ ଆବଶ୍ୟକ
ସମସ୍ତଙ୍କୁ ସର୍ବଦା ଆନନ୍ଦ ଉପଭୋଗ
ଆଉ ବିଳାସ ଆବଶ୍ୟକ ;
ଏହା ର ସବୁ ବିପରିତ
ମୋତେ ଦରକାର
ମୁଁ ବାମନଟିଏ
ହାତ ବଢାଇ ଅନନ୍ତ ଆକାଶରୁ
କୁସୁମ ତୋଳିବି କାହିଁକି….?
ମୁଁ ସ୍ଥାଣୁ
ମୁଁ ପାଷାଣ
ମୁଁ ସ୍ଥିର
ଯାହା ବି ଅଛି
ଯେମିତି ଅଛି
ସେତିକି ଯଥେଷ୍ଟ…..
ତୋ ଗାଳି
ତୋ ଅପନିନ୍ଦା
ତୋ ତିରସ୍କାର
ମୋ ପାଇଁ
କିଛି ମାନେ ରଖେନା
ସାହିବାର ଶକ୍ତି ମୋର ଅନେକ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.