ସ୍ତ୍ରୀ’ର ଅଶ୍ଳୀଳ ଫୋଟ ଭାଇରାଲ କରି ସ୍ୱାମୀ ଗିରଫ ।

0 421

ଭଞ୍ଜନଗର, ୦୩/୧୦.(ପିପିଟି):ନିଜ ପତ୍ନୀର ଅଶ୍ଲିଳ ଫଟୋକୁ ଖୋଦ ସ୍ୱାମୀ ଭାଇରାଲ କରିବା ଅଭିଯୋଗରେ ଆଜି ତାର ସିଂ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଏକ ଅଭାବନୀୟ ଘଟଣା ତାରସିଂ ଥାନା ଇଲାକାରେ ଘଟିଥିବା ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ପତ୍ନୀଙ୍କ ଅଭିଯୋଗ ପ୍ରକାରେ ପୁଲିସ୍ କେସ୍ ନମ୍ବର ୨୭୭/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଅଭିଯୋଗକାରିଣୀଙ୍କ ସ୍ବାମୀକୁ ଗିରଫ କରିବାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଗତ ଦେଢ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିବା ବେଳେ ଗତ ୬ମାସ ତଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିବାରୁ ଦୁହେଁ ଅଲଗା ରହୁଥିଲେ।ସ୍ତ୍ରୀ ନିଜ ବାପ ଘରକୁ ଓ ସ୍ୱାମୀ ଦାଦନ ଖଟିବାକୁ ସୁଦୂର କେରଳ ଚାଲି ଯାଇଥିଲେ।ହେଲେ ଫୋନରେ କଥାବାର୍ତ୍ତା ମଧ୍ୟରେ ଏକ ଦୁର୍ବଳ ମୁହୂର୍ତ୍ତରେ ସ୍ବାମୀ ନିଜ ସ୍ତ୍ରୀ’ଙ୍କ ସହ ଭିଡ଼ିଓ କଲ କରି କିଛି ଅଶ୍ଲିଳ ଫଟୋ ନିଜ ମୋବାଇଲରେ କଏଦ କରି ରଖିଥିଲେ।ପରେ ସେହି ଅଶ୍ଳୀଳ ଫୋଟ ସବୁ ସ୍ୱାମୀ ନିଜ ସମ୍ପର୍କୀୟଙ୍କ ମୋବାଇଲକୁ ପଠାଇ ଭାଇରାଲ କରିଥିଲେ। ପରେ ତାଙ୍କ ସ୍ବାମୀ ସେହି ଫଟୋ ଗୁଡିକୁ ମୋବାଇଲରେ ଅନ୍ୟ ମାନଙ୍କୁ ପଠାଇଥିବା ଜାଣିବା ପରେ ସ୍ତ୍ରୀ ଜଣକ ଆସି ତାର ସିଂ ଥାନାରେ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରି ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.