ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ।

0 239

ଭଞ୍ଜନଗର, ୦୭/୦୪(ପିପିଟି ):ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ଅନ୍ତର୍ଗତ ନୂଆ ସରପଲ୍ଲୀ ଠାରେ ପ୍ରେମ ବିବାହର କରୁଣ ପରିଣତି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ସୋମବାର ବିଳମ୍ବିତ ରାତିରେ ଘରୋଇ କଳହରୁ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ନିଜେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ପ୍ରାୟ ୭ବର୍ଷ ପୂର୍ବେ ନୂଆ ସରପଲ୍ଲୀ ଗ୍ରାମର ଚିତ୍ରସେନ ନାଇକ (୨୮) ଏବଂ ତନରଡ଼ା ଗ୍ରାମର ପୂଜା ଦାଶ (୨୬) ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ସେମାନେ ପ୍ରାୟ ୪ବର୍ଷ ଏକାଠି ରହିବା ପରେ ଚିତ୍ରସେନ କୌଣସି କାମଧନ୍ଦା କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହୁଥିଲା।ଗତ ୬ମାସ ହେବ ପୂଜା କାମ କରିବାକୁ ଭୁବନେଶ୍ୱରରେ ଯାଇ ରହୁଥିଲା। ରବିବାର ରାତିରେ ପୂଜା ନୂଆ ସରପଲ୍ଲୀ ଗ୍ରାମକୁ ଆସିଥିଲେ। ସୋମବାର ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇ ତାହା ଉଗ୍ରରୂପ ନେଇଥିଲା। ଫଳରେ ଏକ ପନିକି ରେ ଚିତ୍ରସେନ ପୂଜାକୁ ଆକ୍ରମଣ କରିଥିବା ଜଣାପଡ଼ିଛି।ପୂଜାର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।ଆକ୍ରମଣରେ ପୂଜାର ମୃତ୍ୟୁ ପରେ ଚିତ୍ରସେନ ଗ୍ରାମ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଏକ ଜମି ହୁଡ଼ାର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ସକାଳେ ଏହା ଦେଖି ଗ୍ରାମବାସୀ ବେଲଗୁଣ୍ଠା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଭଞ୍ଜନଗର ଏସ୍ଡ଼ିପିଓ ଏବଂ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ବେଳେ ଏକ ରକ୍ତଭିଜା ପନିକି ଏବଂ ଏକ ଲୁହା ପାଇପ ଜବତ କରିଛି। ଏହାପରେ ଏକ ମାମଲା ରୁଜୁ କରି ଉଭୟଙ୍କ ମୃତଦେହକୁ ବ୍ରହ୍ମପୁର ଏଫଏମଟି କୁ ପଠାଯାଇଛି। ମୃତ ଚିତ୍ରସେନ ଓ ପୂଜାର ଦୁଇଟି ପୁତ୍ର ସନ୍ତାନ ଥିବା ଜଣାପଡ଼ିଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.