ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ, ୧୦ ଆହତ, ଆହତଙ୍କ ମଧ୍ୟ୍ୟରେ ୫ ଜଣ ଛାତ୍ରଛାତ୍ରୀ ।

0 267

ଛତ୍ରପୁର,୨୩/୦୪:ସ୍କୁଲ ଖରା ଛୁଟି ହୋଇଯିବା ପରେ ଏକ ବୋଲେରୋ ଗାଡି ଓଡି ୦୨ଟି ୩୯୯୦ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଛତ୍ରପୁର ଥାନା ଅଧିନ ମା ଉଜଳେଶ୍ଵରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ଗାଡି ଟି ଭାରସ୍ୟାମ ହରାଇ ଦୁର୍ଘଟଣା । ଗାଡିଟି ରାସ୍ତାର ତଳକୁ ଖସି ଓଲଟି ପଡିଥିଲା । ଏଥିରେ ଚାଳକ ସମେତ ୧୦ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୫ଜଣ ଛାତ୍ର/ ଛାତ୍ରୀ ରହିଥିବା ବେଳେ ଅନ୍ୟ ୫ ଜଣ ଅଭିଭାବକ । ଆହତ ଛାତ୍ର/ଛାତ୍ରୀ ହେଲେ ଲିଜା ଶବର , ରୁପାଲୀ ଶବର, ବର୍ଷା ରାଣୀ ଶବର ଓ ଲକ୍ଷ୍ମୀ ଶବର | ଏମାନଂକୁ ବୟସ ୮ ରୁ ୧୦ ବର୍ଷ ମଧ୍ୟ୍ୟରେ । ଅଭିଭାବକ ମଦନ ଦଳ ବେହେରା, ଦେବରାଜ ଶବର, ମନୁ ଶବର, ସନ୍ୟାସୀ ଶବର ଓ ଗାଡି ଚାଳକ କଳା କୃଷ୍ଣ ମହାପାତ୍ର ମଧ୍ୟ୍ୟ ଆହତ ହୋଇଥିଲେ । ଆଜି ଭୁବନେଶ୍ୱର ରୁ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ନିଜ ଗ୍ରାମ ଚନ୍ଦ୍ରଗିରିକୁ ଏକ ବୋଲେରୋ ଗାଡିରେ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଘଟିବା ପରେ ସମାଜ ସେବି କେ. କେଦାର ନିଜ ଗାଡିରେ ଓ ପୁଲିସ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣା ଗସ୍ତ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ବସିଥିବା ୧୦ ଜଣ । ଘଟଣା ସ୍ଥଳରେ ଛତ୍ରପୁର ପୁଲିସ ପହଁଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.