ସ୍କାଉଟ ଗାଇଡ ର ପ୍ରତିଷ୍ଠା ଦିବସ ।

0 197

ପୋଲସରା, ୦୭/୧୧(ପିପିଟି): ସ୍ଥାନୀୟ କନକ ଦୁର୍ଗା ବିଦ୍ୟା ପୀଠ ମଧୁସୂଦନପୁର ରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ଙ୍କ ତତ୍ତ୍ଵାବଧାନରେ ସ୍କାଉଟ ଗାଇଡ ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇ ସଭାପତି ଆସନ ଅଳଙ୍କୃତ କରି ବେଡେନ ପାୱାଲ ଓ ଲେଡୀ ବେଡେନ ପାୱାଲ୍ ଙ୍କ ଫଟୋ ରେ ଫୁଲ ଗୁଚ୍ଛ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ ର ଶୁଭାରମ୍ଭ କରିଥିଲେ। ସ୍କାଉଟ ମାନେ ସମାଜ ରେ ସ୍କାଉଟ ମାନଙ୍କ ଭୂମିକା ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କାଉଟ ସଂସ୍ଥା ର ପ୍ରଚାର ଓ ପ୍ରସାର ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ। ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ଉକ୍ତ ଦିବସ ର ମହତ୍ତ୍ଵ, ଚରିତ୍ର ଗଠନ, କବ ବୁଲ୍ ଵୁଲ୍, ସ୍କାଉଟ ଗାଇଡ ଓ ରୋଭର ରେଞ୍ଜର ମାନଙ୍କର ସମାଜ ପ୍ରତି କର୍ତ୍ତବ୍ୟ ସମ୍ପକରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୋଲାଇ ସଂସ୍ଥା ର ମୂଳ ଲକ୍ଷ୍ୟ ସମ୍ପର୍କରେ ସ୍କାଉଟ ଗାଇଡ ର ଲା,ପ୍ରମିସ,ଓ ରାଜ୍ୟ ପୁରସ୍କାର ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଅଧିକ ପରିମାଣ ରେ ଛାତ୍ର ଛାତ୍ରୀ ମାନେ ଏହି ସଂସ୍ଥା ରେ ଯୋଗ ଦେବା ପାଇଁ ପ୍ରେରଣା ଦେଇଥିଲେ। ସ୍କାଉଟ ମାନେ ସଂସ୍ଥା ର ଟୋକେନ୍ ଫ୍ଲାଗ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ପିନ୍ଧାଇ ଥିଲେ । ଉକ୍ତ କାର୍ଯକ୍ରମ ପରେ ବିଦ୍ୟାଳୟ ପରିସର ରେ ଏକ ସଫେଇ କାର୍ଯକ୍ରମ କରାଯାଇ କାର୍ଯ୍ୟକ୍ରମ ର ସମାପ୍ତ କରାଯାଇଥିଲା ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.