ସୋରଡାରେ କଂଗ୍ରେସର ସୃଜନ ଅଭିଯାନ ।

0 248

ଭଞ୍ଜନଗର,୦୮/୦୯(ପିପିଟି ):ଗତ ନିର୍ବାଚନ ପରେ ବିଜେଡ଼ି ସରକାର କ୍ଷମତା ହରାଇ ଥିବାରୁ ଦଳରେ କିଛିଟା ଶିଥିଳତା ଦେଖିବାକୁ ମିଳିଛି।ହେଲେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପରେ ନେତୃବୃନ୍ଦ ଓ କର୍ମୀମାନେ ନୂତନ ଉତ୍ସାହକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି।ପୂର୍ବାପେକ୍ଷା ଦଳକୁ ଅଧିକ ସୁଦୃଢ଼ ଓ ସଙ୍ଗଠିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି।ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା କାଳୀ ମନ୍ଦିର ଠାରେ ଏହି ନିର୍ବାଚନ ମଣ୍ଡଳୀର ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ସୃଜନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭ୍ୟ ତଥା ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ସଚିନ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବା ସହ ସୋରଡ଼ା କଂଗ୍ରେସ ପୂର୍ବତନ ବିଧାୟକ ପ୍ରାର୍ଥି ହରିକୃଷ୍ଣ ରଥ , ଜିଲ୍ଲା ସଂଯୋଜକ ଦେବକାନ୍ତ ଶର୍ମା ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକଙ୍କ ସ୍ୱର ପହଞ୍ଚିବ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କଂଗ୍ରେସ ର ସଭାପତି ପ୍ରାର୍ଥୀ ଚୟନ କରାଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ଦଳର ସାଙ୍ଗଠନିକ ସୁଦୃଦ୍ଧତା କିପରି ହେବ ଏହା ଉପରେ ବିଶେଷ ଆଲୋଚନା ହୋଇଥିଲା ।ଏଥିରେ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.