ସୋରଡ଼ାପଲ୍ଲୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ, ସଙ୍ଘବଦ୍ଧ ଆକ୍ରମଣରେ ଜଣେ ମୃତ ।

0 298

ବେଗୁନିଆପଡା,୧୩/୦୮(ପିପିଟି): ଅପରାଧ କମିବାର ନାଁ ନେଉନି ଗଞ୍ଜାମ ଜିଲ୍ଲା, ଆଜି ପୁଣି ଅଶାନ୍ତ ଗଞ୍ଜାମ ଜିଲ୍ଲା,ବେଗୁନିଆପଡା ଥାନା ଚନ୍ଦନପୁର ପଞ୍ଚାୟତ ସୋରଡ଼ାପଲ୍ଲୀରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ,ତିନିଜଣ ଦୁର୍ବୁର୍ତ୍ତଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସାଙ୍ଗହୋଇ ତିନିଜଣ ମଦପିଇ କୋଦାଳ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେହି ଗ୍ରାମର କୈଳାଶ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି ।ପ୍ରଥମେ କୋଦାଳ ରେ ମୁଣ୍ଡକୁ ହାଣିବା ପରେ ଧାରୁଆ ଅସ୍ତ୍ରରେ ବେକକୁ କାଟି ଦେଇଛନ୍ତି ଦୁର୍ବୁର୍ତ୍ତ । ଜଣେ ଅଭିଯୁକ୍ତ ଶ୍ରୀକ୍ଷେତ୍ର ଶବର ବେଗୁନିଆପଡା ଥାନା ରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଅଛନ୍ତି । କାରଣ ଅସ୍ପଷ୍ଟ ଥିଲାବେଳେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନେତୃତ୍ୱ ରେ ପୋଲିସ ଛାନଭିନ ଜାରି ରଖିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.