ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ।

0 76

ସୁବର୍ଣ୍ଣପୁର ,୦୮/୧୧(ପିପିଟି):ସୋନପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସୋନପୁରର ବାଇମୁଣ୍ଡି କୁହା ଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇ ଯାଇଛି । ଏହି ଅବସର ରେ ଆଜି ସକାଳୁ ପ୍ରଥମେ ବ୍ଲକ ଛକ ଠାରୁ କୁଞ୍ଜ ଛକ ଯାଏ ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ସ୍ୱର୍ଗତ ଶ୍ରୀ କୁଶଳ ଙ୍କ ପ୍ରତିମୂର୍ତ୍ତି ରେ ବରେଣ୍ୟ ଅତିଥି ଓ ଶହ ଶହ ଶୁଭେଚ୍ଛୁ ଧୂପ ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଓ “କୁନ୍ଦୁରୁ କୁଶଳ ଅମର ରହେ” “ମୋର୍ ସୋନପୁର ମୋତେ ସୁନ୍ଦର୍” ନାରା ଦେଇ ଥିଲେ । ପରେ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରା ଯାଇଥିଲା । ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ବର୍ଗତ କୁଶଳ କେବଳ ଯେ ଏକ ଅପ୍ରତିଦ୍ଵନ୍ଦୀ ନେତା ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ ନିଜ ମାଟି କୁ ଓ ଗରିବ ଙ୍କୁ ଭଲ ପାଉଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରମିକ ନେତା ଗୋବିନ୍ଦ ମହାରଣା, ପ୍ରାଧ୍ୟାପକ ଡ଼ଃ ସୌରଭ ରଞ୍ଜନ ଖମାରୀ ଯୋଗ ଦେଇ ଶ୍ରୀ କୁଶଳ ଙ୍କ ସ୍ମୁତି ଚାରଣ କରିଥିଲେ l ଜଣେ ଅପାଠୁଆ ହୋଈ ବି ବିଜୁ ପଟ୍ଟନାୟକ ଙ୍କ ଅତି ପ୍ରିୟ ଓ ଓଡ଼ିଶା ର ପରିଚିତ ନେତା ଭାବେ ଆଗୁଆ ଥିଲେ । ଓ ତାଙ୍କ ସବୁ ସ୍ମୃତି କୁ ସାଉଁଟି ଆଗମୀ ଦିନରେ ଏକ ସ୍ମରଣିକା ପ୍ରକାଶ କଲେ ଓ ଓଡ଼ିଶା ର ପ୍ରତି ଲାଇବ୍ରେରୀ ରେ ପହଞ୍ଚାଇଲେ ରାଜ୍ୟ ର ସବୁ ଛାତ୍ର ଛାତ୍ରୀ ସଧାରଣ ଲୋକେ ତାଙ୍କୁ ଜାଣି ପାରିବେ ବୋଲି ଡଃ ଖମାରୀ କହିଥିଲେ । ସାହିତ୍ୟ ରେ ଇତିହାସ ରେ ସେ ନ ରହିଲେ ବି ଶ୍ରଦ୍ଧା ରେ ଅନ୍ତର ରେ ସମସ୍ତେ ମନେ ରଖିବା ଭଳି ଜଣେ ଅସାଧାରଣ ମଣିଷ ଶ୍ରୀ କୁଶଳ ବୋଲି ଶ୍ରୀ ମହାରଣା ପ୍ରକାଶ କରି ଥିଲେ ଓ ରାସ୍ତା ରେ ନିଜେ ପିଚୁ ଢାଳିବା ଠୁ ଆରମ୍ଭ କରି ବିଜୁ ବାବୁ ଙ୍କ ଗୋଡ଼ ଧରି ମହାନଦୀ ବ୍ରିଜ୍ ଓ ସୋନପୁର ଅଞ୍ଚଳ ର ଅନେକ ଐତିହାସିକ କାର୍ଯ୍ଯ ହାସଲ କରିଥିଲେ l ଜିଲ୍ଲା ଗଠନ ରେ ଶ୍ରୀ କୁଶଳ ଙ୍କ ଭୂମିକା ଅବିସ୍ମରଣୀୟ ବୋଲି କହିଥିଲେ । ଆଦିବାସୀ ହରିଜନ ଶ୍ରମିକ ଙ୍କୁ ସଂଗଠିତ କରାଇବାରେ , ସୋନପୁର ରୁ ଭୁବନେଶ୍ୱର ଯିବାକୁ ଲୋକ ଙ୍କ ପାଇଁ ସରକାରୀ ବସ ରେ ସିଟକୋଟା ପାଈଁ ଆନ୍ଦୋଳନ କରି କାମ ହାସଲ କରିବାରେ  ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵା ବଧାନ ରେ ସମସ୍ତ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିବାବେଳେ ସଭା କୁ କୋଶଳ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ପରିଚାଳନା କରିଥିଲେ । ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସ୍ଵାଗତ ଭାଷଣ ଦେଇଥିବାବେଳେଇଂରାଜୀ ପ୍ରଧ୍ୟାପକ ଶ୍ରୀ ମଦନ ସୁନ୍ଦର ଖେତୀ ଧନ୍ୟ ବାଦ ଅର୍ପଣ କରି । ଶେଷରେ ମାରାଥନ ଦୌଡ଼ ଓ ବକ୍ତୃତା ପ୍ରତି ଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.