ସୁବର୍ଣ୍ଣପୁର ,୨୬/୦୮(ପିପିଟି):ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ । ଭାରତର ପ୍ରତ୍ୟେକ ପୁରପଲ୍ଲୀରେ ,ମନ୍ଦିରରେ ଯଥାବିଧି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ହର୍ଷ ଉଲ୍ଲାସର ସହ ପାଳନ ହେଉଥିବାବେଳେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସର ରେ ଆଜି ସୁବର୍ଣ୍ଣପୁର ସହର ତଥା ସମଗ୍ର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି ।ସୋନପୁର ମଝିପଡ଼ା ରାମ ମନ୍ଦିର, ମହାବୀର କଲୋନୀ ରାମ ମନ୍ଦିର, ବୃନ୍ଦାବନ ବିହାରୀ ମନ୍ଦିର, ଶ୍ରୀ ଗୋପାଳ ଜି ମନ୍ଦିର ସମେତ ବିଭିନ୍ନ ମନ୍ଦିର ଓ ପାଠାଗାର ମାନଂକରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି ।ସେହିପରି ଗୋକନେଶ୍ୱର ପଡ଼ା ସ୍ଥିତ ସମାଜସେଵୀ ଗୋପାଳ ନେଗୀ ଙ୍କ ବାସ ଭବନ ରେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ଧୁମ୍ ଧାମରେ ପାଳନ କରାଯାଇଛି। ଏଠାରେ ଶହଶହ ପୁରୁଷ ଓ ମହିଳା ବ୍ରତ ଧାରୀ ଏକାଠି ହୋଇ ରୀତି ନୀତି ରେ ପୂଜା ଅର୍ଚ୍ଚନା କରି ପ୍ରଭୁ ଙ୍କୁ ନୈବେଦ୍ୟ ଅର୍ପଣ କରି ପ୍ରଭୁ ଙ୍କ ଆଶିଷ ଲାଭ କରି ଥିଲେ ଏଵଂ ଏଠାରେ ସଙ୍ଗୀତକାର ପୁରନ୍ଦର ଠେଲାଙ୍କ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣ କରା ଯାଇ ଥିଲା । ଯାହାକି ସମଗ୍ର ଅଞ୍ଚଳ ରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଶ୍ରୀକୃଷ୍ଣ ଙ୍କ ଭଜନ କୀର୍ତ୍ତନ ରେ ଭାବ ବିହ୍ବଳ ହୋଈ ନାଚ ଗୀତ ରେ ସାମିଲ ହୋଇଥିଲେ । ଯୋଗ ସମିତି ସ୍ବଚ୍ଛ ଭାରତ ସମେତ ସହର ର ବହୂ ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇ ପ୍ରଭୂ କୃପା ଲାଭ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ