ସୋନପୁର ମଡେଲ ଡିଗ୍ରୀ କଲେଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

0 29

ସୁବର୍ଣ୍ଣପୁର ,୨୮/୦୨(ପିପିଟି) : ସି.ଭି.ରମଣ ଦ୍ୱାରା ରମଣ ପ୍ରଭାବର ଆବିଷ୍କାରକୁ ମାନ୍ୟତା ଦେବା ନିମନ୍ତେ ପ୍ରତ୍ୟେକ ବର୍ଷ ଫେବୃଆରୀ ୨୮ ତାରିଖକୁ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ମଡେଲ ଡିଗ୍ରୀ କଲେଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ମଦନ ମୋହନ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ “ବିକଶିତ ଭାରତ ପାଇଁ ବିଜ୍ଞାନ ଓ ଆବିଷ୍କାରରେ ବିଶ୍ୱର ନେତୃତ୍ୱ ନିମନ୍ତେ ଭାରତୀୟ ଯୁବକଙ୍କୁ ସଶକ୍ତ କରିବା” ଶୀର୍ଷକ ଉପରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡ.ମହେନ୍ଦ୍ର କୁମାର ଭୋଇ,ଡ.ସୁମନ କୁମାର ତ୍ରିପାଠୀ,ଡ.ଦିଲ୍ଲୀପ କୁମାର ସାହୁ,ଡ.ବିଶ୍ୱପ୍ରଜ୍ଞା ମହାନ୍ତି,ଡ.ସିଦ୍ଧାନନ୍ଦ ପ୍ରଧାନ,ଡ.ରମାକାନ୍ତ ମଙ୍ଗରାଜ ଓ ସନ୍ତୋଷ ଭୋଇ ସମେତ ମହାବିଦ୍ୟାଳୟର ଅଧ୍ୟାପିକା କମଳା ସିଂହ,ପଦ୍ମାଳୟା ଜାଲ, ଆନନ୍ଦିତା ସାହାଣୀ ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ। ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.