ସୋନପୁରକୁ ୩-୦ଗୋଲରେ ହରାଇ ଭଞ୍ଜନଗର ଚମ୍ପିୟାନ ।

0 272

ଭଞ୍ଜନଗର, ୨୩/୧୨(ପିପିଟି):ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଗତ ଏକ ସପ୍ତାହ ଧରି ଚାଲିଥିବା ୫ମ ମରାଠା ଫ୍ଲଡ ଲାଇଟ୍ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଭଞ୍ଜନଗର ଏ.ଗୁରୁବା ଦଳ ଚମ୍ପିୟାନ ହୋଇଛି।ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ଏ.ଗୁରୁବା ଫୁଟବଲ କ୍ଳବ ଭଞ୍ଜନଗର ସହ ବିଏସଏଫ କ୍ଲବ ସୋନପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏ.ଗୁରୁବା ଭଞ୍ଜନଗର ଟିମ ଏକ ତରଫା ଭାବେ ସୋନପୁର ଦଳକୁ ୩-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ବେଳେ ସୋନପୁର ଟିମ ରନର୍ସଅପ୍ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।ଭଞ୍ଜନଗର ଏନ୍ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, କବି ପ୍ରଶାନ୍ତ ମହାନ୍ତି,ଭାଜପା ନେତା ଧୋବା ଗୌଡ, ରବିନ୍ଦ୍ର ଗୌଡ, ସୁବାଷ ବରାଡ, ସମିତିସଭ୍ୟ ସୁବାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଫାଇନାଲ ମ୍ୟାଚକୁ ଭଞ୍ଜନଗର ସମେତ ଏହାର ଆଖପାଖ ଅଞ୍ଚଳର ବହୁ ଫୁଟବଲ ପ୍ରେମୀ ଉପଭୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.