ସୋନଗଡ଼ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ;ବ୍ୟାରେଜ ପାଇଁ ହେବ ପଦଯାତ୍ରା ସହ ଆନ୍ଦୋଳନ ।

0 242

ଦେଓଗାଁ,୨୪/୦୯: ଦେଓଗାଁ ବ୍ଳକ ଜରାସିଂହା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ସୋନଗଡ଼ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ବରେ ଏକ ଜରୁରୀ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ରିୟାନୁଷ୍ଠାନ କମିଟିର ସଂପାଦକ ଯୁବନେତା ଶୈଲେନ୍ଦ୍ର ସାହୁ ସୋନଗଡ଼ ବ୍ୟାରେଜ ପାଇଁ କମିଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରିଥିଲେ। ଆଲୋଚନାରେ ଭାଗ ନେଇ ଦେଓଗାଁ, ବଲାଙ୍ଗୀର ଓ ଗୁଡ଼ଭେଲା ବ୍ଳକର ସଭ୍ୟମାନେ ସୋନଗଡ଼ ନଦୀର ସିକୁଆଁ ଠାରେ ହେବାକୁ ଥିବା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣରେ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରିଥିବା ୪୯କୋଟି ଟଙ୍କାକୁ କିପରି ତୁରନ୍ତ ଖର୍ଚ୍ଚ କରାଯିବା ସହ ପ୍ରକଳ୍ପ ତ୍ବରାନ୍ବିତ ହେବ ସେଥିପ୍ରତି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସିଦ୍ଦାନ୍ତ କରାଯାଇଥିଲା।
ସୁଚନା ଯୋଗ୍ୟ ଯେ, ସୋନଗଡ଼ ନଦୀରେ ବ୍ୟାରେଜ ହେଲେ ଦେଓଗାଁ ବ୍ଳକର ୨୦ଟି ଗାଁ ଯଥା ବନ୍ଧପଡ଼ା,ଅନ୍ତର୍ଲା, ପିପିଲପଦର,ଅଫାମରା,ସାରସମାଲ,ସିଲେଟକାନୀ,ବଡ଼ବନ୍ଧ, କୁରୁଆଁଝର,ସିକୁଆଁ, ଗାଈବାହାଲ,ଅର୍ଡ଼ା,ମୁରସିଂ, ସାରସବାହାଲ ,କୁତୁର୍ଲା, ଦେଓଗାଁ, କଛାରପାଲି, ହାତୀସରା,ଚନ୍ଦ୍ରପୁର,ଜରାସିଂହା ,ସାଲେପାଲି ଏବଂ ବଲାଙ୍ଗୀର ସଦର ବ୍ଳକର ୬ଟି ଗାଁ ଯଥା କୁଠୁର୍ଲା,ଭୁତିଆବହାଲ,ନୁନିଆଁଢ଼ିପା,ଶିରିଶ,କୁଡ଼ାସିଂହା,ନାରାୟଣପୁର ଓ ଗୁଡ଼ଭେଲା ବ୍ଳକର ୬ଟି ଗାଁ ଯଥା ଟେବଡ଼ାମୁଣ୍ଡା, ସିନ୍ଦିରାବାହାଲି, ସରଗଡ଼ା,ଲିଖରିଆ,ତୁଷୁରା,ଚାଣ୍ଟିପଦର ମୋଟ ୩୪ଟି ଗାଁର ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାନୀୟ ଜଳ ପାଇପାରିବେ। ଏହା ସହ ୨୧୨୧ ହେକ୍ଟର ଜମୀରେ ପାଣି ମାଡ଼ିବ ଓ ଦୁଇ ଫସଲି ଚାଷ ହେବ ବୋଲି ଆକଳନ କରାଯାଇଛି। ଅନ୍ୟ ପକ୍ଷରେ ୧୦ବର୍ଷ ପୂର୍ବରୁ ସୋନଗଡ଼ ନଦୀରେ ୭ଟି ବ୍ୟାରେଜ ନିର୍ମାଣ କରିବାକୁ ରାଜ୍ୟ ଜଳସେଚନ ବିଭାଗର ତତକାଳୀନ ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଳ୍ଲବ ମହାପାତ୍ର, ଜଳ ସେଚନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଚଣ୍ଢେଶ୍ବର ବେହେରା, ଉପନିର୍ବାହୀ ଯନ୍ତ୍ରୀ ଶଙ୍କରର୍ଷଣ ପଣ୍ଡା, ସହକାରୀ ଯନ୍ତ୍ରୀ ଖଗେଶ୍ବର ରାଉତ ପ୍ରମୁଖ କଛାରପାଲି ବ୍ରିଜ, ଜରାସିଂହା, ସାଲେପାଲି, ସିକୁଆଁ, ସିଲେଟକାନୀ, ଅତର୍ଲା ଓ ସାରସମାଲ ୭ଟି ବ୍ରିଜ ନିକଟରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ ପାଇଁ ସର୍ଭେ କରିଥିଲେ । ଏହା ହେଲେ ୨୧୨୧ ହେକ୍ଟର ଜମୀରେ ପାଣି ମାଡ଼ିବ ଓ ଦୁଇ ଫସଲି ଚାଷ ହେବ ବୋଲି ଆକଳନ କରାଯାଇଛି। ଅନ୍ୟ ପକ୍ଷରେ ୧୨ବର୍ଷ ପୂର୍ବରୁ ସୋନଗଡ଼ ନଦୀରେ ୭ଟି ବ୍ୟାରେଜ ନିର୍ମାଣ କରିବାକୁ ରାଜ୍ୟ ଜଳସେଚନ ବିଭାଗର ତତକାଳୀନ ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଳ୍ଲବ ମହାପାତ୍ର,ଜଳ ସେଚନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଚଣ୍ଢେଶ୍ବର ବେହେରା, ଉପନିର୍ବାହୀ ଯନ୍ତ୍ରୀ ଶଙ୍କରର୍ଷଣ ପଣ୍ଡା, ସହକାରୀ ଯନ୍ତ୍ରୀ ଖଗେଶ୍ବର ରାଉତ ପ୍ରମୁଖ କଛାରପାଲି ବ୍ରିଜ, ଜରାସିଂହା, ସାଲେପାଲି,ସିକୁଆଁ, ସିଲେଟକାନୀ, ଅତର୍ଲା ଓ ସାରସମାଲ ୭ଟି ବ୍ରିଜ ନିକଟରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ ପାଇଁ ସର୍ଭେ କରିଥିଲେ। ଆଗାମୀ ଦିନରେ ଦିନରେ ଉପମୁଖ୍ୟମନ୍ତୀ କନକ ବର୍ଦ୍ଧନ ସିଂଦେଓ, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ଜିଳ୍ଲାର ମନ୍ତ୍ରୀ ମୁକେଶ ମହାଲାଙ୍ଗ,ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଦାବୀ ପତ୍ର ଦେବାକୁ ଚୁଡ଼ାନ୍ତ କରାଯାଇଥିଲା । ସେହିପରି ଆସନ୍ତ ୩୦ରୁ ଅକ୍ଟୋବର ୧୧ ତାରିଖ ମଧ୍ୟରେ ସୋନଗଡ଼ ନଦୀ ପାର୍ଶ୍ବରେ ଥିବା ଗାଁ ଗୁଡ଼ିକର ଜନସାଧାରଣଙ୍କୁ ସଚେତନା କରିବା ପାଇଁ ସଭାସମିତି ସହ ପୂଜା ଛୁଟି ପରେ ଏକ ହଜାରରୁ ଅଧିକ ଚାଷୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ଜିଳ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ଦେବାକୁ ସିଦ୍ଦାନ୍ତ କରାଯାଇଥିଲା । ଏହି ବୈଠକରେ ଆର୍ଶିବାଦ ସାହୁ, ସୁବାସ ପଧାନ,ଛବିଲ ମାଝୀ,ସନ୍ତୋଷ ପଧାନ,ଦିକଚନ ସାମଲ,ସଞ୍ଜିବ ପଧାନ,ଡମ୍ବରୁ ହରପାଲ,ପ୍ରମୋଦ ସାହୁ,ମଲ୍ଲିକ,ଶରତ ପୁଟେଲ, ସତ୍ୟନାରାୟଣ ପାଣୀ ସହ ଚାଷୀ ପ୍ରତିନିଧୀ ଓ କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.