ଭଞ୍ଜନଗର, ୨୪/୦୮(ପିପିପି):ଘୁମୁସର ବିକାଶ ପରିଷଦ,ଭଞ୍ଜନଗର ତରଫରୁ ସ୍ଥାନୀୟ ବନବିଭାଗ ଡାକ ବଙ୍ଗଳା ଠାରେ ସେପ୍ଟେମ୍ବର ୧୧ରେ ଘୁମୁସର ଦିବସ ପାଳନ କରିବା ପାଇଁ ଏକ ସାମ୍ବାଦିକ ସମିଳନ୍ନୀ ଅନୁଷ୍ଠିତ ହୋଇ ଯାଇଛି। ଓଡିଆ ଭାଷା ସୁରକ୍ଷା ଅସ୍ମିତା ପ୍ରଥମ କରି ତତ୍କାଳିନ ରସଲକୋଣ୍ଡା ମୁକାମରେ ଠାକୁରାଣୀ ପଡିଆ ବର୍ତ୍ତମାନ ଘୁମୁସର ରାଜସ୍ୱ ଉପଖଣ୍ଡ ଭଞ୍ଜନଗର ୧୮୭୦ମସିହା ସେପ୍ଟେମ୍ବର ୧୧ରେ ରାଜା ଭେଙ୍କେଟେଶ ଦେଓ,ଦୀନବନ୍ଧୁ ପଟ୍ଟନାୟକ ଆଦି ମହାପୁରୁଷଙ୍କ ନେତୃତ୍ଵରେ ଓଡିଆ ଭାଷା ଆନ୍ଦୋଳନ ଆରମ୍ଭର ବିଗୁଲ ବାଜିଥିଲା । ପରେ ଜାତିପ୍ରେମୀ ଓଡ଼ିଆଙ୍କ ଏକ ସମ୍ମିଳନୀ. ବେଙ୍ଗଲ, ମାଡ୍ରାସ ଓ ମଧ୍ୟ ପ୍ରଦେଶରୁ ସବୁ ଓଡ଼ିଆ ଅଞ୍ଚଳକୁ ଆଣି କଟକ ପୁରୀ ସହ ମିଶାଇ ଭାଷାଭତ୍ତିରେ ଓଡିଶା ପ୍ରଦେଶ ଗଠନ କରିବାକୁ ସେଦିନ ପାରିତ ହୋଇଥିଲା ଏକ ସଂକଳ୍ପ। ବ୍ରିଟିଶ କର୍ତ୍ତୃପକ୍ଷଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଏହି ଘୁମୁସରିଆଙ୍କ ଆହ୍ୱାନରେ, ଯାହା ଓଡିଶା ପ୍ରଦେଶ ଗଠନର ଭତ୍ତିଭୂମି ସୃଷ୍ଟି କରିଥିଲା। ସେଇ ସ୍ମୃତିକୁ ଜାଗ୍ରତ କରିବା ପାଇଁ ଘୁମୁସର ଦିବସ ପାଳନ କରିବା ପାଇଁ ପରିଷଦ ସଭାପତି ବରିଷ୍ଠ ଆଇନଜୀବି ସୋମନାଥ ନାୟକ ପ୍ରେସ ବାର୍ତ୍ତା ଦେଇଥିଲେ । ପ୍ରଥମ କରି ଓଡିଆ ଦିବସ ଘୁମୁସର ଦିବସ ଶହେ ଗ୍ରାମ ପଞ୍ଚIୟତରେ , ୫ ଗୋଟି ବ୍ଲକରେ ପଥପ୍ରାନ୍ତ ସଭା, ସ୍ଥାନୀୟ ସମସ୍ତ ଅନୁଷ୍ଠାନ, ସମସ୍ତ ରାଜନୈତିକ ଦଳ ସହଯୋଗରେ ଘୁମୁସର ଦିବସକୁ ଗଣପର୍ବ ରୂପେ ପାଳନ କରିବା ଓ ଘୁମୁସରର ୩ବିରଳ ଜାତୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ(ଶାସ୍ତ୍ର) ଜାତୀୟ ବୀର ଚକରା ବିଷୋୟୀ (ଶାସ୍ତ୍ର) ଜାତୀୟ ଗୋବଂଶ ଘୁମୁସରୀ ଗାଈ (ଶାସ୍ତ୍ରର୍ଥ) କାହାଣୀ ପଲ୍ଲୀରୁ ଦିଲ୍ଲୀ ନିଆଯିବ। ପରିଷଦ ସମ୍ପାଦକ ପ୍ରେସ ଇସ୍ତାହର ଦେଇ ସମସ୍ତଙ୍କ ସାହାଯ୍ୟ ଭିକ୍ଷI କାମନା କରିଛନ୍ତି । ଉପଦେଷ୍ଠI ଡ଼ କୃତ୍ତିବାସ ବିଶ୍ଵାଳ ଓ ପରିଷଦ ବରିଷ୍ଟ କର୍ମକର୍ତ୍ତା ସୁଶାନ୍ତ ପାତ୍ର, ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା ଓ ବହୁ ବୁଦ୍ଧିଜୀବିଗଣ ଏଥିରେ ଉପସ୍ଥିତି ଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)