ସୁସ୍ଥ ପରିବେଶ ଦିଏ ଆତ୍ମତୃପ୍ତି: ଭଞ୍ଜନଗର ଆଇଆଇସି ।

0 257

ଭଞ୍ଜନଗର, ୧୩/୦୩(ପିପିଟି) ; ନିଜ ଚାରିପାଖରେ ଥିବା ସୁନ୍ଦର ପରିବେଶ ଓ ସୁସ୍ଥ ବାତାବରଣ ଯୋଗୁଁ ଅନେକାଂଶରେ କର୍ମ କ୍ଲାନ୍ତି ଜୀବନରେ ସାମାନ୍ୟ ଆରାମ ମିଳିଥାଏ।ତେଣୁ ଏମିତି ଅନେକ ପରିବେଶବିତ୍ତ୍ ଓ ପ୍ରକୃତି ପ୍ରେମୀ ଅଛନ୍ତି ଯେଉଁମାନେ ନିଜସ୍ୱ ଉଦ୍ୟମରେ ଏକ ସବୁଜ ଓ ସୁନ୍ଦର ସମାଜ ଗଢ଼ି ତୋଳିବାକୁ ଅହରହ ଚେଷ୍ଟା କରିଥାନ୍ତି।ଏହାଦ୍ୱାରା ସେମାନଙ୍କୁ ଆତ୍ମତୃପ୍ତି ମିଳିଥାଏ।ସେହିଭଳି ଜଣେ ବ୍ୟକ୍ତି ହେଲେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା।ପୋଲିସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ ସବୁବେଳେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ରହି ନିଜ ଚାରିପଟେ ସବୁଜ ବୃକ୍ଷକୁ ପ୍ରାଥମିକତା ଦେଇ ଆସିଛନ୍ତି।ଗତ ଫେବ୍ରୁଆରୀ ମାସରେ ଶ୍ରୀ ଜେନା ଭଞ୍ଜନଗର ଥାନାରେ ଆଇଆଇସି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।ଏଥି ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚରେ ୨ବର୍ଷ କାର୍ଯ୍ୟ କରିବା ପରେ ବଦଳି ହୋଇ ଏଠାକୁ ଆସିଛନ୍ତି।ଏଠାରେ ଏକ ମାସ ରହଣି ସମୟରେ ସେ ଥାନାର ନକ୍ସା ପୁରା ବଦଳାଇ ଦେଇଛନ୍ତି।ସର୍ବଦା ସେ ଗଛକୁ ଭଲ ପାଉଥିବାରୁ ଥାନାର ସମସ୍ତ କୋଠରୀରେ ଥିବା ଟେବୁଲ ଚାରିପଟେ ଓ ଖୋଲା ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଗଛ ସବୁ କୁଣ୍ଡରେ ସଜାଇ ରଖିଛନ୍ତି।ବର୍ତ୍ତମାନ ଯେ କେହି ମଧ୍ୟ ଥାନାକୁ ଆସିଲେ ଏସବୁ ଦେଖି ବହୁତ ଖୁସି ଅନୁଭବ କରୁଛନ୍ତି।ଏସି ଠାରୁ ଦୂରରେ ରହି ଖୋଲା ପବନ ପ୍ରତି ଆଗ୍ରହ ଥିବା ଆଇଆଇସିଙ୍କ ପ୍ରକୋଷ୍ଠର କବାଟ ସବୁବେଳେ ଖୋଲା।ଯାହାଦ୍ୱାରା ଥାନାକୁ ଆସିବା ଓ ଯିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ତାଙ୍କର ନଜର ଥାଏ।ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରୁଛି।ଯାହାଦ୍ୱାରା ସମଗ୍ର ମାନବ ସମାଜ ଆଜି ବଞ୍ଚି ରହିଛି।ତେଣୁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।ବୃକ୍ଷ ପ୍ରତି ତାଙ୍କର ଦୁର୍ବଳତା ରହିଥିବାରୁ ସେ ଯେଉଁଠାରେ କାର୍ଯ୍ୟକଲେ ମଧ୍ୟ ସେଠାରେ ଏଭଳି ଏକ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି।ଏହାଦ୍ୱାରା ତାଙ୍କୁ ଯଥେଷ୍ଟ ଆନନ୍ଦ ମିଳେ ବୋଲି ଆଇଆଇସି ଶ୍ରୀ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.