ସୁସ୍ଥ ପଞ୍ଚାୟତ ଗଠନ ପାଇଁ ତିନି ଦିନିଆ କର୍ମଶାଳା ।

0 251

ମାଲକାନଗିରି,୨୦/୦୭(ପିପିଟି) :ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ଦୀର୍ଘ ତିନି ଦିନିଆ ତାଲିମ ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ୧୮ତାରିଖରୁ,୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ବେଳେ ସିଡିଓ ତଥା ଇଓ ନରେଶ ଚନ୍ଦ୍ର ଶବର ଉଦଯାପନ କରିଥିଲେ। ଏଥିରେ ପ୍ରୋଗ୍ରାମ ମ୍ୟାନେଜର ହିମାଂଶୁ ଭୂଷଣ ମହାରଣା କର୍ମଶାଳାର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ମତ ବ୍ୟକ୍ତ କରିଥିଲେ।ଏହି ତାଲିମ୍ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରୁ ଆସିଥିବା ୫୬ ଜଣ ପୁରୁଷ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ, ପୁଷ୍ଟି ହିନତା ଓ ରକ୍ତ ହିନତା ନିବାରଣ ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ଦିଆଯାଇଥିଲା। ତାଲିମ୍ ଦାତା ଭାବରେ ଡା. ପ୍ରଜ୍ଞା ପଟ୍ଟନାୟକ, ପ୍ରଶାନ୍ତ ମଲ୍ଲିକ, କ୍ରୀଷ୍ଣାମୟୀ ମିଶ୍ର, ପ୍ରିୟବ୍ରତ ଯୋଶୀ ଏବଂ ପିରମଲ୍ ଫାଉଣ୍ଡେସନର ବିଷ୍ଣୁ ସାହୁ ଅନୁପ୍ରେରଣାଦାୟୀ ଏବଂ ତଥ୍ୟମୂଳକ ତାଲିମ୍ ଦେଇଥିଲେ।
ତାଲିମ୍ ଶିବିର ପରେ ଏହି ପ୍ରଶିକ୍ଷଣ ପାଇଥିବା ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରି ପାରିବେ ବୋଲି କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ବିନାଶ କୁମାର ମିଶ୍ର ପରିଚାଳନା କରିଥିଲା ବେଳେ ବିଶ୍ଵନାଥ ମଣ୍ଡଳ, ଏନ. ଅହଲ୍ୟା ଓ ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

 

Leave A Reply

Your email address will not be published.