ସୁରେନ୍ଦ୍ର ନାଥ ହେଲେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର କାର୍ଯ୍ୟ ନିର୍ବାହୀ ସଂସ୍ଥା କମିଟି ସଦସ୍ୟ ।

0 40

ହିଞ୍ଜିଳିକାଟୁ ୧୯/୦୩(ପିପିଟି ): ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସରେ କିଛି ନୂଆ ମୁହଁ ଦେଖିବାକୁ ମିଳିଛି । ପ୍ରଦେଶ କିଷାନ କଂଗ୍ରେସକୁ ଏବଂ ଆଞ୍ଚଳିକ କୃଷି କର୍ମଣ୍ୟ ବ୍ୟକ୍ତି ଓ ସଦସ୍ୟଙ୍କୁ କ୍ରିୟା ଶିଳ କରାଇବା ପାଇଁ କିଷାନ ପ୍ରଦେଶ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଦଳୀୟ ରୂପାନ୍ତରଣରେ କିଛି ନୂତନ ବ୍ୟକ୍ତିଙ୍କ ଚେହେରା ଦେଖିବାକୁ ମିଳିଛି । ଏହି ଅବସରରେ ହିଞ୍ଜିଳି କିଷାନ ମୋର୍ଚ୍ଚାକୁ କ୍ରିୟା ଶୀଳ ପାଇଁ ଏହି ଅଞ୍ଚଳର ଜଣେ ଟାଣୁଆ ଦକ୍ଷ କଂଗ୍ରେସ ସଦସ୍ୟ ଶ୍ରୀ ସୁରେନ୍ଦ୍ର ନାଥ ସାହୁଙ୍କୁ କାର୍ଯ୍ୟ ନିର୍ବାହୀ ସଂସ୍ଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସରେ ସଦସ୍ୟ ରୂପେ ନିଯୁକ୍ତି କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗଣ୍ଡଳା ପଞ୍ଚାୟତର ସୁରେନ୍ଦ୍ର ନାଥ ସାହୁ ଜଣେ ଜଣା ଶୁଣା ଟାଣୁଆ ନେତା ରୂପେ ପରିଚିତ । ଆଜିର ଏହି ନିଯୁକ୍ତି ପରେ ଗଞ୍ଜାମ ଏବଂ ହିଞ୍ଜିଳି କିଷାନ କଂଗ୍ରେସରେ ଉତ୍ସାହର ଲହର ଖେଳି ଯାଇଛି ।

ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ

Leave A Reply

Your email address will not be published.