ସୁମଣ୍ଡଳ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ;୨୫ ଅଭିଯୋଗ ଦାଖଲ।

0 221

କୋଦଳା,୧୫/୦୯(ପିପିଟି):ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଆଜି ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମ ପଞ୍ଚାୟତ ପରିସରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋଦଳା ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆପଡା ବିଡ଼ିଓ ସସ୍ମିତା ଶତପଥୀ,ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ,ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ, ସିଡିପିଓ ନୀଳିମା ଟପ୍ପୋଙ୍କ ସମେତ ଶିକ୍ଷା ବିଭାଗ ଅଧିକାରୀ,କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଉଦ୍ୟାନ କୃଷି ବିଭାଗ, ଉନ୍ନୟନ ବିଭାଗ,ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ। ଏହି ଶିବିରରେ ଭତ୍ତା ସମ୍ପର୍କିତ ୬ ଟି ଅଭିଯୋଗ ସହ ରାସନ କାର୍ଡ ଅଭିଯୋଗ ୧୫ ଟି,ସୁଭଦ୍ରା ସମ୍ପର୍କିତ ୩ଟି ଓ ଟି ପି ଏସ ଓ ଡି ଏଲ ସମ୍ପର୍କିତ ଗୋଟିଏ କୁ ମିଶାଇ ମୋଟ ୨୫ ଟି ଅଭିଯୋଗ ଦାଖଲ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁମଣ୍ଡଳ ପଞ୍ଚାୟତର ନାଏବ ସରପଞ୍ଚ,ୱାର୍ଡ ସଭ୍ୟଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.