ସୁମଣ୍ଡଳ ଅଞ୍ଚଳରେ ଗୋ ଚିକିତ୍ସା ରେ ଅବହେଳା ବିନା ଟଙ୍କାରେ ଚିକିତ୍ସା ମନା,ଗୋ ପାଳନ ପ୍ରତି ମନ ବଳାଉ ନାହାଁନ୍ତି ଚାଷୀ ।

0 291

କୋଦଳା,୦୧/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଞ୍ଚଳର ପଶୁ ପାଳକ ମାନେ ଏବେ ଚିନ୍ତାରେ। ପଶୁ ସମ୍ପଦର ସୁରକ୍ଷା ଅଭାବରୁ ବର୍ତ୍ତମାନ ବିପଦ ମୁଖୀ ଅବସ୍ଥାରେ ଗାଈ ଗୋରୁ। ପ୍ରତିଦିନ କୋଉଠି ନା କୋଉଠି ଗାଈ ବାଛୁରୀ ପ୍ରାଣ ହରାଉ ଥିବା ଶୁଣିବାକୁ ମିଳୁଥିବା ବେଳେ ଆଜି ଖୋଦ ସୁମଣ୍ଡଳ ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା ଅଭାବରୁ ଏକ ବାଛୁରୀ ମରି ପଡି ରହି ଥିବାର ଅଭିଯୋଗ କରିଛନ୍ତି ଗୋ ଚାଷୀ ଅଶୋକ କୁମାର ରାୟ । କିନ୍ତୁ ଏଥି ନେଇ ସ୍ଥାନୀୟ ପଶୁ ସମ୍ପଦ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଏଵଂ ଲାଞ୍ଚ ଖୋର ମନୋବୃତି ଯୋଗୁଁ ପ୍ରତ୍ୟେକ ସମୟରେ ଗାଈ ଗୋରୁ ତଥା ବାଛୁରୀ ମରୁଥିବା ଅଭିଯୋଗ କରୁଛନ୍ତି ଏହି ଅଞ୍ଚଳର ଗୋ ଚାଷୀ ମାନେ । ଯାହା ପାଇଁ ବର୍ତ୍ତମାନ ଲୋକେ ଆଉ ଗାଈ ଗୋରୁଙ୍କୁ ରଖି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କେବଳ ଏତିକି ନୁହଁ ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦରମା ପାଉଥିବା ପଶୁ ସମ୍ପଦ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରିବା ସହ ଗାଈଙ୍କ ପ୍ରଜନନ କରିବା ପାଇଁ ଅର୍ଥ ଦାବୀ କରୁଥିବା ଅଭିଯୋଗ କରିଛନ୍ତି ସୁମଣ୍ଡଳ ଅଞ୍ଚଳର ଚାଷୀମାନେ । ସେହିପରି ପଶୁ ସମ୍ପଦ ବିଭାଗର କର୍ମଚାରୀ କେତେବେଳେ କେମିତି ଅଫିସ ଆସୁଥିବା ବେଳେ ସେମାନଙ୍କୁ ଫୋନ କଲେ ବିରକ୍ତ ହେଉଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ । ଯାହାକୁ ନେଇ ଚାଷୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ସେମାନେ ପଶୁ ସମ୍ପଦ ମନ୍ତ୍ରୀଙ୍କୁ ଭେଟି ନିଜର ଦାବୀ ଜଣାଇବା କଥା କହିଛନ୍ତି । ଏଥିସହିତ ପୂର୍ବରୁ ମଧ୍ଯ କିଛି ଗୋ ଚାଷୀ ମାନେ ୨.୫.୨୪ ତାରିଖ ଦିନ ଜିଲ୍ଲା ଭେଟେନାରୀ ଅଫିସରଙ୍କୁ ଭେଟି ସୁମଣ୍ଡଳ ଅଞ୍ଚଳରେ କାର୍ଯ୍ୟକରୁଥିବା ପଶୁ ସମ୍ପଦ କର୍ମଚାରୀଙ୍କ ମନମାନି ବିଷୟରେ ଅବଗତ କରାଇଥିବା ସୂଚନା ଦେଇଛନ୍ତି । ଏ ନେଇ କୃତିମ ପ୍ରଜନନ କାରି ଡ଼ା. ସତ୍ୟ ସାରଥୀ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରେ ସେ ଏହାକୁ ଖଣ୍ଡନ କରିଛନ୍ତି ଏବଂ ସେ ତାଙ୍କ କାର୍ଯ୍ୟ ଠିକ୍ କରୁଥିବା କହିଛନ୍ତି । ଏ କଥା ଆମେ କହୁନୁ ଏହି ଅଞ୍ଚଳର ଗୋ ଚାଷୀ ମାନେ ଏଠି ପ୍ରଶ୍ନ ଉଠାଇଛନ୍ତି ପଶୁ ସମ୍ପଦର ସୁରକ୍ଷା ପାଇଁ ସରକାରୀ ବାବୁ ମାନେ ମୋଟା ଅଙ୍କର ଦରମା ପାଉଥିବା ବେଳେ ନିଜ କାର୍ଯ୍ୟରେ ଅବହେଳା କରୁଥିବାରୁ ବିଭାଗୀୟ ମନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ନା ଆଗାମୀ ଦିନରେ ପଶୁ ସମ୍ପଦ ବିପଦରେ ପଡିଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଚେତା ପଶିବ । ତାହା ଉପରେ ଏବେ ସମସ୍ତଙ୍କ ନଜର । ଏଥିସହିତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପଶୁ ସମ୍ପଦ କର୍ମଚାରୀ ମାନେ ଗୋ ଚାଷୀ ମାନଙ୍କ ଠାରୁ ଗୋ ଚିକିତ୍ସା ନିମନ୍ତେ ମୋଟା ଅଙ୍କର ଅର୍ଥ ରାଶି ଦାବୀ କରୁଥିବାର ମଧ୍ଯ ଅଭିଯୋଗ ଆସିବା ସହ ଗତ କିଛିଦିନ ତଳେ ମଧ୍ଯ ଆମ ନଜରକୁ ଆସିଥିଲା । ଦେଖାଯାଉ ଆଗାମୀ ଦିନରେ ଏ ଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଗୋ ସଂପଦ ମନ୍ତ୍ରୀ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.