ସୁଭଦ୍ରା ଯୋଜନାର ଶୁଭାରମ୍ଭ ।

0 295

ବାଙ୍ଗିରିପୋଷି,୧୭/୦୯:ବାଙ୍ଗିରିପୋଷି ବ୍ଲକରେ ଘରେ ଘରେ ସୁଭଦ୍ରା ଯୋଜନାର ଆଭାସି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଏକ ସଭାର ଆୟୋଜନ କରା ଯାଇଥିଲା । ଏହାକୁ ବିଧାୟିକା ସଞ୍ଜଳି ମୁର୍ମୁ ଉଦଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ହେମ୍ବ୍ରମ , ତାସିଲଦାର ସୀତାଂଶୁ ଦାସ, ବ୍ଲକର ୧୯ଟି ପଞ୍ଚାୟତର ସରପଞ୍ଚ, ସମିତି, ପିଆର ଆଇ ସଦସ୍ୟ, ସିଡିପିଓ ମିନତୀ ଦାସ , ବ୍ଲକ କର୍ମଚାରୀ , ଶିଶୁ ସମନ୍ୱିତ ବିକାଶର କର୍ମଚାରୀ, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ମିଶନଶକ୍ତି, ଓଏଲଏମର ମହିଳାମାନେ ଉପସ୍ଥିତ ରହିଥିଲେ। ବାଙ୍ଗିରିପୋଷି ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ପରିଚାଳନା କରିଥିଲେ । ବ୍ଲକର ବିଭିନ୍ନ ଅଞ୍ଚଳରୁ ପାଖାପାଖି ଏକ ହଜାରରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରଶାସନ ଉପସ୍ଥିତ ଥିଲା।

Leave A Reply

Your email address will not be published.