ସୁବଳୟା କଲେଜରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ।

0 260

ଉଲୁଣ୍ଡା ,୧୨/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଯୁକ୍ତ ଦୁଇ କଲେଜରେ ଆୟୋଜିତ ହେଉଥିବା ରାଜ୍ୟ ସରକାରଙ୍କ ‘ନୂଆ- ଓ’ ପକ୍ଷରୁ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ଭୋଲାନାଥ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ଅତିଥି ଓ ଧର୍ମଶାଳା କଲେଜର ଓଡିଆ ପ୍ରଧ୍ୟାପକ ପୁରୁଷୋତ୍ତମ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଅଧିକାରୀ ପ୍ରଜ୍ଞା କଳ୍ପିତା ନାୟକ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ସଭା ଶେଷରେ ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରମାକାନ୍ତ ପୁରୋହିତ, ଅନ୍ନଦା ମିଶ୍ର, ଅର୍ପିତା ନାୟକ, ସୁରେନ୍ଦ୍ର ସାହୁ, ଗୋପାଳ ଭୋଇ, ହର ସାହୁ ଓ ଶମ୍ଭୁ ସାହୁ ସହଯୋଗ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.