ବାଲିଆପାଳ,୦୨/୧୦:ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ କୁମାର ମହାପାତ୍ର ସଭାପତିତ୍ବ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପ୍ରଗାମ ଅଫିସର ପ୍ରେମାନନ୍ଦ ସେଠୀ କାଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ସ୍ଵାଗତିକା ସାହୁ ଯୋଗ ଦେଇ କାଯ୍ୟକ୍ରମ ଉଦ୍ଘାଟନ କରିବା ସହ ସ୍ୱଚ୍ଛତା କିପରି ମାନବ ସମାଜ ପାଇଁ ଆବଶ୍ୟକ ତା ଉପରେ ଆଲୋକପାତ କରିଥିଲେ ।ପ୍ରଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ପାର୍ବତୀ ମୁର୍ମୁ ସ୍ୱଚ୍ଛତାକୁ ବଜାଇ ରଖିବାକୁ ହେଲେ ଜାତୀୟ ସେବା ଯୋଜନାର ସ୍ୱଚ୍ଛାସେବି ମାନେ କିପରି ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିପାରିବେ ତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାଯ୍ୟକ୍ରମରେ ସ୍ଵାତି ସାମନ୍ତ, କ୍ରିଷ୍ଣା ଦାସ, କାବେରୀ ରଣା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସୁଷମା ଦାସ ସ୍ୱଛତା ଉପରେ ସ୍ୱରଚିତ ନିବନ୍ଧ ଉପସ୍ଥାପନ କରିଥିଲେ ଜୟପ୍ରକାଶ ଦାସ ଏକକ ଅଭିନୟ ମାଧ୍ୟମରେ ସ୍ୱଚ୍ଛତା କିପରି ଆମ ଜୀବନ କୁ ପ୍ରଭାବିତ କରୁଛି ତା ଉପରେ ସଚେତନ ସୃଷ୍ଟି କରିଥିଲେ ।ପ୍ରିୟରଞ୍ଜନ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଏବଂ ବିଶ୍ଵନାଥ ସାମଲ, ଲଷ୍ମୀକାନ୍ତ ମୁର୍ମୁ କାଯ୍ୟକ୍ରମ ସଂଯୋଜନା କରିଥିଲେ। ବନ୍ଦନା ସାହୁ, ସାଗର ଦାସ ଅଧିକାରୀ,ଅଜୟ ଜେନା, ଚିନ୍ମୟୀ ରଣା ପ୍ରମୁଖ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁଧୀର କୁମାର ମୁଖି ସୁକାନ୍ତି ଦଳାଇଙ୍କୁ ଅନୁଷ୍ଠାନରେ ସ୍ୱଚ୍ଛତା ବଜାଇ ରଖିବାର ପଦଷେପ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସଫେଇ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାଯ୍ୟକ୍ରମ ଆୟୋଜନ ପାଇଁ ଅଧ୍ୟକ୍ଷ ଗୌରାଙ୍ଗ ରାଉତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସମସ୍ତ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ପ୍ରେମାନନ୍ଦ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।