ସୁବର୍ଣ୍ଣପୁର ରେ ଅଘଟଣ କାନ୍ଥ ପଡି ଦୁଇ ଶ୍ରମିକ ଙ୍କ ମୃତ୍ୟୁ।

0 92

ସୁବର୍ଣ୍ଣପୁର ,୨୨/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗର ରେ ଘଟିଛି ଅଘଟଣ । ଗାତ ଖୋଲୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ । ଫଳରେ କାନ୍ଥ ତଳେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ସୂଚନା ଅନୁସାରେ ଜଣେ ସ୍ଥାନୀୟ ଲୋକ ନିଜ ଘର ନିକଟରେ ବାଡ଼ ଦେବାପାଇଁ ଶ୍ରମିକଙ୍କୁ ନେଇ ଗାତ ଖୋଲାଉଥିଲେ । ତେବେ ନିକଟରେ ଥିବା ପୁରୁଣା କାନ୍ଥ ବାଡା ଟି ଢଳି ପଡ଼ିଥିଲା । ସେହି ଗାତ ଭିତରେ ଦୁଇ ଜଣ ଶ୍ରମିକ ପୋତି ହୋଇ ଯାଇଥିଲେ । ତୁରନ୍ତ ସୋନପୁର ଦମକଳ ବାହିନୀକୁ ଖବର ଦେଇଥିବାବେଳେ ଦମକଳ ବାହିନୀ ଆସି ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସାଳୟ ରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶ୍ରମିକମାନେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡ଼ଖମାର ଗ୍ରାମର ବୋଲି ସୂଚନା ମିଳିଛି । ସେଠାରେ ମୋଟ ୫ ଜଣ ଶ୍ରମିକ କାମ କରୁଥିବାବେଳେ ଜଣେ ମହିଳା ଶ୍ରମିକ ଦୂର୍ଲଭା ମିର୍ଦ୍ଧା ଓ ଜଣେ ପୁରୁଷ ଶ୍ରମିକ ମୁନୁ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.