ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ୱାର୍ଡ କମିଟି ବୈଠକ ।

0 281

ସୁବର୍ଣ୍ଣପୁର ,୧୪/୦୪(ପିପିଟି) : ସୁବର୍ଣ୍ଣପୁର ବିଜୁ ଜନତା ଦଳ ଦ୍ବାରା ଆୟୋଜିତ ସୋନପୁର ପୌର ପରିଷଦ ପକ୍ଷରୁ ୱାର୍ଡ କମିଟି ବୈଠକ ଅନୁଷ୍ଟିତ ହୋଇ ଯାଇଛି l ଏଥିରେ ସୋନପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଈ ସହର ର ସମସ୍ତ ୧୫ ଗୋଟି ୱାର୍ଡ ର ୱାର୍ଡ ସକ୍ରିୟ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଙ୍କ ଦ୍ଵାରା ବିଭିନ୍ନ ଯୋଜନା ସବୁ ରେ ଲାଭବାନ ହୋଇଥିବା ସମସ୍ତ ବିକାଶ କାର୍ଯ୍ଯ ସବୁକୁ ପ୍ରତି ପରିବାର ରେ ପହଞ୍ଚାଇବାକୁ ଏବଂ ବିଜୁ ଜନତା ଦଳ କୁ ବିପୁଳ ବିଜୟ କରାଇ ଓଡ଼ିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ଲାଗି କ୍ଷମତାସୀନ କରାଇ ଭାରତ ରେ ଇତିହାସ ସୃଷ୍ଟି କରିବାକୁ ୱାର୍ଡ କାଉନସିଲର ଓ କମିଟି ସଦସ୍ୟ ଙ୍କ ଜରିଆରେ ସହର ବାସୀ ଙ୍କୁ ନିବେଦନ କରିଥିଲେ l ଏହି ବୈଠକରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସ୍ମିତା ନାୟକ, ଉପାଧ୍ୟକ୍ଷl ମଲ୍ଲିକା ଦାନୀ, ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ , ଦଳ ଉପଦେଷ୍ଟl ନିଳାମ୍ବର ଶତପଥି, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ସୋମନାଥ ସାହୁ ମଞ୍ଚlସିନ ଥିଲେ l ଟାଉନ ସଭାପତି ଜନ୍ମଜୟ ପାତ୍ର ସଭା ସଂଯୋଜନl କରିଥିବା ବେଳେ ଛାତ୍ର ଜନତା ସଭାପତି ଶାଶ୍ଵତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ସମସ୍ତ ୱାର୍ଡ ରୁ ଶହ ଶହ ମହିଳା ଓ ସକ୍ରୀୟ ସଦସ୍ୟ ଯୋଗ ଦେଈ ପ୍ରତି ୱାର୍ଡ କୁ ଶୀଘ୍ର ପହଞ୍ଚି ଲୋକ ଙ୍କ ସମସ୍ୟା ବୁଝିବା କୁ ଶ୍ରୀ ପୂଜାରି ଙ୍କୁ ଆମନ୍ତ୍ରଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.