ସୁବର୍ଣ୍ଣପୁର ନଗରବନ ମାଗ ପ୍ରକଳ୍ପ ଠାରେ “ଏକ ପେଡ ମା କେ ନାମ” କାର୍ଯ୍ୟକମ ।

0 296

ସୁବର୍ଣ୍ଣପୁର ,୧୭/୦୯(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ କଳାପଥର ସ୍ଥିତ ନଗରବନ ମେଗା ପ୍ରକଳ୍ପ ଠାରେ ଏକ ପେଡ ମା କି ନାମ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରାଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସରରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଗାଁ ସହର ସମସ୍ତେ ସବୁଠି ଗଛ ଲଗାଇବା ସହ ଏହାର ଯତ୍ନ ନେବା ସହ ପରିବେଶ ସୁରକ୍ଷା କରିବାକୁ ବାର୍ତ୍ତା ରଖି ଗ୍ରୀନ ସୁବର୍ଣ୍ଣପୁର କ୍ଳିନ ସୁବର୍ଣ୍ଣପୁର ର ବାର୍ତ୍ତା ପହଞ୍ଚାଇଥିଲେ । ଏବଂ ଆଜି ଆମେ ଜିଲ୍ଲାରେ ଦୁଇଲକ୍ଷ ରୁ ଉର୍ଦ୍ଧ୍ବ ଚାରା ରୋପଣ ର ଲକ୍ଷ୍ୟ ରଖାଯାଇଥିବା ବିଷୟ ମିଡ଼ିଆକୁ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଅଞ୍ଜଳିନା ପଧାନ, ଡିଏଫଓ ମଦନ ଲାଲ୍ ଶର୍ମା, ସିଡିଇଓ ଅଶ୍ବିନୀ ମେହେର ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ସମାଜସେବୀ ଗୋବିନ୍ଦ ମହାରଣା, ଏନସିସି ଲ୍ୟାଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ, ମନୋରଞ୍ଜନ ତ୍ରିପାଠୀ, ଯୁବନେତା ସ୍ଵରପ ପାତ୍ର, ସାମ୍ବାଦିକ ସନ୍ତୋଷ ମିଶ୍ର, ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଡିଏଫ୍ଓ ମଦନ ଲାଲ୍ ଶର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ରେଞ୍ଜର ସୁବାସ ମହାପାତ୍ର, ଫରେଷ୍ଟର ଭକ୍ତବନ୍ଧୁ ମିଶ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସାରା ରାଜ୍ୟରେ ଆଜି ୭୫ଲକ୍ଷ ବୃକ୍ଷ ରୋପଣ କରାଯାଉ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍ଵୟଂ ସହାୟକ ଗ୍ରୁପ , ବ୍ୟବସାୟୀ ଅନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ ମାନଙ୍କରେ ସାମୁହିକ ଚାରା ରୋପଣ କରାଯାଇଛି ବୋଲି ଡିଏଫ୍ଓ ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ବିଶେଷ କରି ଜିଲ୍ଲା ପୋଲିସ ପକ୍ଷରୁ ଆଜି ୧୦ ହଜାର ଚାରା ରୋପଣ କରାଯାଇଛି ବୋଲି ମଧ୍ୟ ଶ୍ରୀ ଶର୍ମା କହିଥିଲେ । ବନ ବିଭାଗ କର୍ମଚାରୀଙ୍କ ସମେତ ସୋନପୁର କଲେଜ, ଏନସିସି କ୍ୟାଡେଟ, ସ୍ଵଚ୍ଛ ଭାରତ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ । ପ୍ରକାଶ ଥାଉ କି ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ସାରା ଭାରତରେ ଚାଲିଥିବା ବେଳେ ସେହିପରି ଭାରତ ର ନୂତନ ବିଶ୍ୱକର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମଧ୍ଯ ଜନ୍ମ ଜୟନ୍ତୀ ପାଳନ କରାଯାଉଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.