ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ।

0 78

ସୁବର୍ଣ୍ଣପୁର ,୧୦/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ମତ୍ସ୍ୟ ଚାଷୀ ଯୋଗଦେଇଥିଲେ । ମତ୍ସ୍ୟ ଚାଷୀ ଙ୍କୁ ମାଛ ଚାଷ ଉପରେ ସରକାର ଙ୍କ ପ୍ରମୁଖ ଯୋଜନା ଉପରେ ଆଲୋକପାତ କରି ମତ୍ସ୍ୟ ଚାଷୀ କିପରି ମାଛ ଚାଷ କରି ଅଧିକ ଲାଭବାନ ଓ ଉପକୃତ ହୋଇପାରିବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ସ୍ଵାଗତ କରିବା ସହ ଚାଷୀ ଙ୍କୁ ମାଛ ଚାଷ ଓ ସମସ୍ତ ସ୍କିମ ଉପରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ପ୍ରାଣୀ ଅଧିକାରୀ ଡ଼ ରଞ୍ଜନ ଦାସ ଯୋଗଦେଇ ମାଛ ଚାଷ କରିବା ସଙ୍ଗେ ସଙ୍ଗେ ଗାଈ, କୁକୁଡ଼ା,ବତକ ପାଳନ କରି କିପରି ଚାଷୀ ସରକାର ଙ୍କ ପ୍ରମୁଖ ଯୋଜନା ଗୁଡ଼ିକର ରୁ କିପରି ଉପକୃତ ହେଇପାରିବେ ଏହି ଯୋଜନା ଗୁଡ଼ିକୁ ବୁଝାଇଥିଲେ। ମାଛଚାଷ କରି ଲାଭବାନ ହୋଇଥିବା ତିନି ଜଣ ମତ୍ସ୍ୟ ଚାଷୀ ଙ୍କୁ ସମ୍ମାନିତ କରିଥିଲେ ।ଏଥିରେ ମଞ୍ଚ ପରିଚାଳନା ପୁରନ୍ଦର ପଣ୍ଡା କରିଥିଲେ, ମସ୍କିମା ଲାକ୍ରା,ଅମିତ ଲାକ୍ରା, ସାଗର ମିତ୍ର ଅଙ୍କିତ ମିଶ୍ର,ଏ ଏଫ୍ ଓ ସଦର ପ୍ରତାପ କିଶୋର ମେହେର,ଏ ଏଫ୍ ଓ ଉଲୁଣ୍ଡା ଶ୍ରବଣ କୁମାର କଅଁର, ଚିତ୍ତରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.