ସୁବର୍ଣ୍ଣପୁର ଜିଲ୍ଲା ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମଶାଳା ଅନୁଷ୍ଠିତ ।

0 228

ସୁବର୍ଣ୍ଣପୁର ,୧୩/୦୪(ପିପିଟି):ସମାଜ ର ଦଳିତ ନିଷ୍ପେସିତ ଲୋକଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୁଦ୍ଧରେ ଲଢେଇ କରି ତାଙ୍କୁ ହକ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲା ସଭାପତି ଦୁଃଖୀରାମ ନାଏକଙ୍କ ସଭାପତିତ୍ୱରେ ସୋନପୁର ଗେଷ୍ଟହାଉସର ସଭାଗୃହରେ ସୁବର୍ଣ୍ଣପୁର , ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କର ଏକ କର୍ମ ଶlଳା ଅନୁଷ୍ଟିତ ହୋଇଥିଲା । ମାନବ ସେବା ହିଁ ମାଧବ ସେବା ମନ୍ତ୍ର ରେ ଦୀକ୍ଷିତ ହେବାକୁ ମଞ୍ଚାସିନ ଅତିଥି ଭାବରେ ପରାମର୍ଶ କରିଥିଲେ  ଓ ଅବହେଳିତ ଲୋକଙ୍କ ଅଧିକାର ହାସଲ କରି ଏକ ସୁସ୍ଥ ଜୀବନ ଯାପନ କରିବାକୁ ପରାମର୍ଶ କରିଥିଲେ । ମାନବ ଅଧିକାର ସାମ୍ମୁଖ୍ୟର ସଭାପତି ଦୁଃଖୀରାମ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତପନ ପତି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ବକ୍ତା ଡ଼ଃ ସରସ୍ଵତୀ ଦାଶ, ଆଇନ ପରାମର୍ଶଦାତା ପ୍ରଦୀପ ପୁରୋହିତ, ସଂପାଦକ ସଞ୍ଜୟ ବେହେରା, ପରାମର୍ଶଦାତା ସୁଧାଂଶୁ ପଣ୍ଡା ଯୋଗ ଦେଇଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.