ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣ ମହାକାଳୀ ପୀଠ ରେ କାଳୀ ପୂଜା ଓ ଚଣ୍ଡିଯଜ୍ଞ ଅନୁଷ୍ଠିତ ।

0 287

ସୁବର୍ଣ୍ଣପୁର ,୦୧/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁରାତନ ମା ମହାକାଳୀ ପୀଠରେ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଟା ବେଳେ ଘଣ୍ଟ ବାଦ୍ୟ ସହ ବାଜା ବଜେଇ ସ୍ଥାନୀୟ ତେନ୍ତୁଳି ଘାଟରୁ ମା ଗଙ୍ଗାଙ୍କ ପୂଜା ସହ ଜଳ ଆଣି କଳସ ଶୋଭାଯାତ୍ରା ହେବା ପରେ ମା ଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଅପରାହ୍ନ ରେ ସାମୂହିକ ପ୍ରସାଦ ସେବନ ହୋଇଥିଲା। ଏବଂ ରାତି ରେ ମା କାଳୀ ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ସପ୍ତଶତୀ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇ ରାତି ୨.୩୦ ଟା ବେଳେ ମହା ଆଳତୀ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା। ମନ୍ଦିରର ପୁଜକ ସୁରୁବାବୁ ଡାଙ୍ଗୁଆଙ୍କ ସହ ଆଚାର୍ଯ୍ୟ ପଣ୍ତିତ ଆନନ୍ଦ କୁମାର ମିଶ୍ର ସମଗ୍ର ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ ରାଜ କିଶୋର ତ୍ରିପାଠୀ, ପିଣ୍ଟୁ ମିଶ୍ର, ମାନଭଞ୍ଜନ ମିଶ୍ର, ହରିଶଙ୍କର ପାଢ଼ୀ, ନରସିଂହ ପାଣିଗ୍ରାହୀ ଚଣ୍ଡି ଯଜ୍ଞ ରେ ସହଯୋଗ କରିଥିବା ବେଳେ ମଙ୍ଗୁଲୁ ଡାଙ୍ଗୁଆ, ପ୍ରଶାନ୍ତ ତରିଆ ଙ୍କ ସମେତ ଅନେକ ଭକ୍ତ ଉପସ୍ଥିତ ଥିବାବେଳେ ସମସ୍ତ ଭକ୍ତଙ୍କ ସହଯୋଗରେ ପୂଜା କାର୍ଯ୍ୟ, ପ୍ରସାଦ ସେବନ ଓ ଯଜ୍ଞ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.