ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗର ଶୁଭାରମ୍ଭ ।

0 320

ସୁବର୍ଣ୍ଣପୁର ,୧୧/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟା ଠାରେ ଅବସ୍ଥିତ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ସରଣୀ ତା ୧୦/୦୭/୨୪ ଠାରୁ କାର୍ଯ୍ୟକାରୀ କରାଯାଇଥିବା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆବେଦନକାରୀ ମାନେ ଏଇ ସ୍ୱୟଂ ଚାଳିତ ବୈଦ୍ୟୁତିକ ସରଣୀ ରେ ଗାଡି ଚଳେଇ ଟେଷ୍ଟିଙ୍ଗ ଦେଇଥିଲେ,ଏଠାରେ ଅତ୍ୟାଧୁନିକ ସ୍ୱୟଂ ଚାଳିତ ସରଣୀ କାର୍ଯ୍ୟକାରୀ ହେବା ଫଳରେ ଡ୍ରାଇଭିଂ ଟେଷ୍ଟିଙ୍ଗରେ ଆଉ ମନୁଷ୍ୟ କୃତ କୌଣସି ପ୍ରକାର ହସ୍ତକ୍ଷେପ ରହିବ ନାହିଁ । ଏଇ ବୈଦ୍ୟୁତିକ ସରଣୀ ରେ ଗାଡି ଚାଳନା ର ପରୀକ୍ଷା ଦେଇଥିବା ଆବେଦନକାରୀ ମାନଙ୍କ ଦ୍ୱାରା ଠିକ ବା ଭୁଲ ଗାଡି ଚାଳନାର ଟିକିନିକି ତଥ୍ୟ କମ୍ପୁଟର ରେ ରିପୋର୍ଟ ପ୍ରକାଶିତ ହେବ। ଏଇ ରିପୋର୍ଟ ଆଧାରରେ ଆବେଦନକାରୀ ମାନଙ୍କୁ ପାସ ଓ ଫେଲ ସାର୍ଟିଫିକେଟ ପ୍ରଦାନ କରାଯିବା ସହ ଗାଡି ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କାରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ସୂଚନା ଦେଇଛନ୍ତି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ରେ ଆରମ୍ଭ ହୋଇଥିବା ଏଇ ଅତ୍ୟାଧୁନିକ ବ୍ୟବସ୍ଥା ରାଜ୍ୟର ୯ତମ ହୋଇଥିବାବେଳେ ଏଇ ବ୍ୟବସ୍ଥାକୁ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟିଙ୍ଗ ସିଷ୍ଟମ କୁହାଯାଉଛି । ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ସ୍ୱୟଂ ଚାଳିତ ହେବା ସହିତ ସିଷ୍ଟମ ରେ ତଥ୍ୟ ସଂଗ୍ରହ ପାଇଁ ୧୯ ଟି ସ୍ୱୟଂ ଚାଳିତ କ୍ୟାମେରା ସଂଯୁକ୍ତ ହୋଇଛି । ଏହି କ୍ୟାମେରା ଦ୍ୱାରା ଆବେଦନକାରୀ ମାନଙ୍କ ଡ୍ରାଇଭିଂ ଟେଷ୍ଟିଙ୍ଗ ସମ୍ପର୍କିତ ସମସ୍ତ ଫୋଟୋ ଚିତ୍ର ଓ ତଥ୍ୟ ଉତ୍ତୋଳିତ ହୋଇ ସିଧାସଳଖ କମ୍ପ୍ୟୁଟର ଡାଟାବେସ କୁ ଚାଲିଯିବା ଏବଂ ସେହି ରିପୋର୍ଟ ଆଧାରରେ ପରିବହନ ଅଧିକାରୀ ଆବେଦନକାରୀ ଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବେ ବୋଲି ଜଣାପଡିଛି। ଏହି ବ୍ୟବସ୍ଥାର କାର୍ଯ୍ୟକାରୀତା ନିମନ୍ତେ ପୁଣେ ଓ ହାଇଦ୍ରାବାଦ ରୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଜିଲ୍ଲାକୁ ଆସି କାର୍ଯ୍ୟ ର ତଦାରଖ କରୁଥିଲେ । ଆଜିର ଏହି ପରୀକ୍ଷାମୂଳକ ତଥା ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନା ଏବଂ ଏମଭିଆଇ ଶ୍ରୀ ବିଶ୍ୱରଂଜନ ସାହୁ ଉପସ୍ଥିତ ରହି ସ୍ବୟଂ ଚାଳିତ ଟେଷ୍ଟିଙ୍ଗର ଆରମ୍ଭ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.