ସୁବର୍ଣ୍ଣପୁରରେ ବିଜେଡି ବୀରମହାରାଜପୁର ରେ ବିଜେପି ପ୍ରାର୍ଥୀ ଙ୍କ ବିଜୟ ।

0 38

ସୁବର୍ଣ୍ଣପୁର ,୦୪/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭୋଟ ଗଣତି ଶେଷ ହୋଇଛି l ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳର ପ୍ରାର୍ଥୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇଥିବାବେଳେ ବୀରମହାରାଜପୁର (ସରଂକ୍ଷିତ) ଆସନରୁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ବିଜୟୀ ହୋଇଛନ୍ତି l ସୋନପୁର ର ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ପରାସ୍ତ କରିଥିବା ବେଳେ ବୀରମହାରାଜପୁର (ସରଂକ୍ଷିତ) ଆସନ ରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଜେଡି ବିଧାୟକ ପଦ୍ମନାଭ ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ରଘୁନାଥ ଜଗଦଲା ଙ୍କ ଠାରୁ ପରାସ୍ତ ହୋଇଛନ୍ତି l

ଏହି ବହୁ ଚର୍ଚ୍ଚିତ ବୀରମହାରାଜପୁର ବିଧାନସଭା ଆସନ ଯାହାକି ବିଜେଡି ର ଗଡ ସାଜିଥିଲା ତାହା ଏବେ ବିଜେପି ଅକ୍ତିଆର ରେ। ଲଗାତାର ତିନି ତିନିଥର ବୀରମହାରାଜପୁର ବିଧାନସଭା ରେ ବିଜେଡି ପ୍ରାର୍ଥି ଜିତିଥିବା ବେଳେ ଚଳିତ ନିର୍ବାଚନ ରେ ପରାଜିତ ହେଇଛନ୍ତି l ବିଜେଡି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା ଙ୍କ ଠାରୁ ୨୦୦୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା ଜିତିଛନ୍ତି। ଏଇ ପରିପ୍ରେକ୍ଷୀରେ ନବନିର୍ବାଚିତ ବୀରମହାରାଜପୁର ବିଧାୟକଙ୍କ କର୍ମୀ ମହଲରେ ଖୁସି ର ଲହରୀ ଖେଳି ଯାଇଛି। ଅଞ୍ଚଳ ବାସୀ ଶ୍ରୀ ଜଗଦଳା ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.