ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ବାଗତ ।

0 229

ବ୍ରହ୍ମପୁର , ୧୬/୦୮ (ପିପିଟି): କୁକୁଡାଖଣ୍ଡି ବ୍ଲକରେ ବୁଲୁଥିବା ଶିକ୍ଷା ସଚେତନତା ରଥକୁ ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଭବ୍ୟ ସ୍ୱାଗତ କରାଯାଇଛି । ଜିଲ୍ଲା ପ୍ରଶାସନ, ସର୍ବ ଶିକ୍ଷା ଅଭିଯାନ ସହ ବ୍ଲକ ଆନୁକୂଲ୍ୟରେ ଏହି ରଥ ଦୁଇଦିନ ଧରି ବ୍ଲକର ସମସ୍ତ ଗ୍ରାମକୁ ଯାଇ ଶିକ୍ଷାର ଆବଶ୍ୟକତା ଓ ଉପାଦେୟତାର ବାର୍ତ୍ତା ଦେବା ସହ ଲୋକଙ୍କୁ ସଚେତନ କରେଇବା ଉଦ୍ଦେଶ୍ୟରେ ପରିଭ୍ରମଣ କରୁଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରଞ୍ଜନ ପଣ୍ଡା ପ୍ରଦୀପ ଜାଳି ଫୁଲ ମାଳରେ ବନ୍ଦେଇ ନଡ଼ିଆ ଭାଙ୍ଗି ଏହି ରଥର ପରିକ୍ରମାର ସଫଳତା କାମନା କରିବା ସହ ସି.ଆର.ସି.ସି ଶ୍ରୀ ଆଦିକନ୍ଧ ସାହୁ, ୟୁ. ସୁଲତା ପାତ୍ର, ରୀନା ପାତ୍ର, ପଦ୍ମାବତୀ ସାହୁ, ଗୌରୀରାଣୀ, ଶୁଚିସ୍ମିତା ମିଶ୍ର, ମଧୁସ୍ମିତା ଦାଶ, ମଞ୍ଜୁଲତା ବେହେରା, କଳ୍ପନା ବାରିକ, ସ୍ନେହଲତା ଡାକୁଆ ଓ ଶୁଭାଙ୍ଗି ମୁଣ୍ଡଙ୍କ ସମେତ ସୁକୁଣ୍ଡା ଗ୍ରାମବାସୀ ଗାଁ ବୁଲିବାରେ ସହଯୋଗ କରିଥିଲେ ।

ରିପୋର୍ଟ -:- ଆରତ କୁମାର ହୋତା

Leave A Reply

Your email address will not be published.