ସି ପି ଆଇ (ଏମ) ତରଫରୁ ସାମ୍ବାଦିକ ସମ୍ମିଳନୀ, ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କରଯାଉ।

0 353

ରଣପୁର,୦୭/୧୧(ପିପିଟି):ଚଳିତ ବର୍ଷ ଘୋର ବର୍ଷା ଅଭାବ ଯୋଗୁଁ ରଣପୁର ବ୍ଲକ ରେ ମରୁଡି ଦେଖା ଦେଇଛି। ବର୍ଷା ପାଣିରେ ନିର୍ଭର ଧାନ ଚାଷ ଜମି ଗୁଡିକ ଫାଟି ଆଁ କଲା ବେଳେ ଧାନ ଗଛ ଗୁଡିକ ଜଳି ଠିଆ ହୋଇଛି।ସେହିଭଳି ରଣପୁର ଅଞ୍ଚଳରେ ଥିବା ଭେଟବର,ସାପୁଆଣି ଓ ବାଞ୍ଛା ବନ୍ଧ ଆଦିରେ ଜଳ ଅଭାବ ଯୋଗୁଁ ଜଳ ସେଚନ ନ ହେବାରୁ ଥୋଡ଼ ଧାନ ଗଛ ଗୁଡିକ ଆପେ ଆପେ ଶୁଖିବାକୁ ବସିଲାଣି।ଧାନ ଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ। ରଣପୁରର ଚାଷୀକୂଳ ଆଜି ହାଁ କରି ମୁଣ୍ଡ ରେ ହାତ ଦେଇ ବସିଛନ୍ତି। ଏଥିପାଇଁ ସ୍ଥାନୀୟ ପ୍ରଶାସନର ବ୍ୟଗ୍ରତା ନାହିଁ। ରଣପୁର ବ୍ଲକରେ ବର୍ଷା ଅଭାବ ଓ ନଦୀ ବନ୍ଧରେ ଜଳ ଅଭାବ ଯୋଗୁଁ ଦେଖାଦେଇଥିବା ଆସନ୍ନ ମରୁଡି ପରିସ୍ଥିତି ରେ ସ୍ଥାନୀୟ ପ୍ରଶାସନ ଓ ସରକାର ଜରୁରୀ ଚିନ୍ତା କରି ଚାଷୀ ଓ ଭାଗ ଚାଷୀ ମାନଙ୍କୁ ଆଶ୍ୱାସନା ଦେବା ସହ ତୁରନ୍ତ ମରୁଡି ଘୋଷଣା କରି ସରକାରୀ ସହାୟତା ମାନ ଯୋଗାଇ ଦେବାକୁ ଆଜିର ସାମ୍ବାଦିକ ସମ୍ମିଳନୀ ଜରିୟାରେ ନିମ୍ନ ଲିଖିତ ଦାବୀ ମାନ କରିଥିଲେ।ତେଣୁ ସରକାର ତୁରନ୍ତ ନିମ୍ନ ଲିଖିତ ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରିବାକୁ ସଂଗଠନ ତରଫରୁ ଦାବୀ କରାଯାଇଛି।ସରକାର ଦାବୀ ଗୁଡିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କଲେ ଚାଷୀଙ୍କ ଆନ୍ଦୋଳନ ତିବ୍ରତ୍ତର ହେବ ,ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦେଇଛନ୍ତି

ଦାବୀ ସମୂହ :-
୧-ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କରାଯାଉ।
୨-ରଣପୁର ବ୍ଳକରେ ଚାଷୀର ସମସ୍ତ ଋଣ ଛାଡ କର।
୩-ଚାଷୀମାନଙ୍କୁ ଜଳକର ସମ୍ପୂର୍ଣ୍ଣ ଛାଡ଼କର।
୪-ବିଭିନ୍ନ ଯୋଜନାରେ ଲୋକଙ୍କୁ ବ୍ୟାପକ କାମ ଦିଅ।
୫-ରଣପୁର ବ୍ଳକରେ ଥିବା ଭେଟବର ବନ୍ଧ,ସାପୁଆଣି ବନ୍ଧ,ବାଞ୍ଛା ବନ୍ଧ,ରଣ୍ଡା ଗିରିଣ୍ଡା ସମେତ ସମସ୍ତ ବନ୍ଧ ଗୁଡିକୁ ବ୍ୟାପକ ଅର୍ଥଦେଇ ଖନନ କର ଓ କେନାଲ ଗୁଡିକୁ ମରାମତି କର।
୬- ଟାଟା କମ୍ପାନୀର ସ୍ମାଟ ମିଟର ବସାଇ ଉପଭୋକ୍ତା ଓ ଚାଷୀଙ୍କୁ ଶୋଷଣ କରିବା ବନ୍ଦ କର।
୭-ଅଚଳ ଲିଫ୍ଟ ପମ୍ପ ଗୁଡିକୁ ତୁରନ୍ତ ମରାମତି କର।
୮-ଚାଷୀଙ୍କ ପାଇଁ ନୂତନ ଗଭୀର ବୋର ଓଏଲ ଖନନ କର।। ୯-ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ବୃତ୍ତଙ୍ଗ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କର।ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ଏମ୍ ର ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟା ନନ୍ଦ ପରିଡା ଓ ସୁରେଶ ଚନ୍ଦ୍ର ସ୍ବାଇଁ ,କ୍ଷେତ ମଯଦୁର ୟୁନିୟନ ର ନେତା ସାଥୀ ଦୁଃଶାସନ ଜେନା ଏବଂ ଚାଷୀ ନେତା ସୁଶୀଲ ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.