ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ ।

0 232

ବ୍ରହ୍ମପୁର,୦୯/୦୬(ପିପିଟି): ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ର ୩ୟ ଜିଲ୍ଲା ସମ୍ମିଳନୀ ଭଞ୍ଜନଗର ର ବଳଭଦ୍ର ଜାନି ନଗର ସ୍ଥିତ ଆଦିବାସୀ ବୀର ଚକରା ବିଷୋୟୀଙ୍କ ହଲ୍ ରେ ସଫଳତାର ସହ ଉଦଯାପିତ ହୋଇଯାଇଛି। କମ୍ରେଡ ଶଙ୍କର, ଟୁନା ମଲ୍ଲିକ, ରାମଚନ୍ଦ୍ର ବାଡତ୍ୟା, ପୂର୍ଣଚନ୍ଦ୍ର ପ୍ରଧାନ ଏହାକୁ ସଂଚାଳନ କରିଥିଲେ । ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା ଏଥିରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆମର ଗୁରୁଦାୟିତ୍ଵ ସମ୍ପର୍କରେ ଉପସ୍ଥାପନ କରିଥିଲେ। ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଜିଲ୍ଲା ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଜିଲ୍ଲା ସମ୍ମିଳନୀ ୧୧ ଜଣ କମ୍ରେଡ ଟୁନା ମଲ୍ଲିକ, ପୂର୍ଣଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ବାଡତ୍ୟା, ଶଙ୍କର ସାହୁ, ପେଦିନୀ ପାର୍ବତୀ, ରମେଶ ଚନ୍ଦ୍ର ଜାନି, ଦଣ୍ଡପାଣି ଜାନି, ସଂଧ୍ୟା ପ୍ରଧାନ, ରୁନୁ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଭରତ ମଲ୍ଲିକଙ୍କୁ ନିର୍ବାଚିତ କରିଛନ୍ତି। ଜିଲ୍ଲା ସମ୍ପାଦକ ଭାବେ ଶଙ୍କର ସାହୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୮ ଜୁଲାଇରେ ରାଜ୍ୟ ସମ୍ମିଳନୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବ। ନୂତନ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ନିଜ ବକ୍ତବ୍ୟରେ ପୁନଃ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଅର୍ପଣ କରିବା ସହ ଭୁଆଁ ବୁଲା ବିଜେଡି ସରକାର, ଫାସିବାଦୀ ଓ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରି ବିପ୍ଳବୀ କମ୍ୟୁନିଷ୍ଟ ଶକ୍ତି ମାନଙ୍କୁ ଐକ୍ୟବଦ୍ଧ କରି ଶୋଷିତ, ନିଷ୍ପେସିତ ମେହେନତୀ ମଣିଷଙ୍କ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର କୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ କମ୍ରେଡଙ୍କ ତ୍ୟାଗ ଓ ସହଯୋଗ ବଳରେ ହିଁ ଏହି ସଂଘର୍ଷ ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.