ସିରିଡ଼ି ସାଇ ମନ୍ଦିରରୁ ବଡ଼ ଧରଣର ଚୋରୀ ।

0 1,002

ଭଞ୍ଜନଗର, ୪/୧(ପିପିଟି):ଭଞ୍ଜନଗର ସହରର ବାଇପାସ ରୋଡ଼ରେ ଥିବା ପ୍ରସିଦ୍ଧ ସିରିଡ଼ି ସାଇ ମନ୍ଦିରରୁ ବଡ ଧରଣର ଚୋରୀ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ୩ଜଣ ପୁରୁଷ ମନ୍ଦିର ପଛ ଗେଟର ତାଲା ଭାଙ୍ଗି ଭିତରେ ପ୍ରବେଶ କରି ଦେଢଘଣ୍ଟା ଧରି ବାବାଙ୍କ ମନ୍ଦିରରେ ଲୁଟ ପାଟ କରିବା ସହ ଦୁଇଟି ହୁଣ୍ଡୀ ଭାଙ୍ଗି ନଗଦ ତିନିଲକ୍ଷରୁ ଅଧିକ ଟଙ୍କା, ସିରିଡ଼ି ସାଇ ବାବାଙ୍କ ଦେହରେ ଥିବା ସୁନା, ରୂପାର ଅଳଙ୍କାର ଓ ବ୍ୟବହାର ସାମଗ୍ରୀ ଚୋରୀ କରି ନେବାରେ ସଫଳ ହୋଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।ମନ୍ଦିର କମିଟି ପକ୍ଷରୁ ଖବରପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ କରିବା ସହ ଅପରାହ୍ନରେ ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍କ୍ୱାର୍ଡ ଆସି ତଦନ୍ତ କରି ଫେରିଛନ୍ତି।ଏହି ଘଟଣାରେ ଭଞ୍ଜନଗର ଥାନା କେସ ନଂ ୭/୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ଆଇଆଇସି କୁମର ମୁଦୁଲି କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.