ସିମୁଳିଆ,୨୨/୦୩:ସିମୁଳିଆ ପୋଲିସର ଦୋକାନ ଚଡାଉରେ ମଦ ଜବତ ସହ ଜଣଙ୍କୁ ଅଟକ । ସୂଚନାରୁ ପ୍ରକାଶ ସିମୁଳିଆ ନୂତନ ଥାନାଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇ ସିମୁଳିଆ ପୋଲିସ କହ୍ନେଇବିନ୍ଧା ପଞ୍ଚାୟତର ଦଧିବାବନପୁର ଥିବା ଏକ ଦୋକାନ ଉପରେ ଚଡାଉ କରିଥିଲେ । ଏହି ଚଡାଉରେ ୪୬ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିବା ସହ ଦୋକାନୀ ରବୀନ୍ଦ୍ର ଦାସକୁ ଅଟକ ରଖି ତଦନ୍ତ ଜାରି ରଖିଛି । ସିମୁଳିଆ ପୋଲିସର ମଦ ମାଫିଆଙ୍କ ଉପରେ ଘନ ଘନ ଅଚାନକ ଚଡାଉ ମଦ ମାଫିଆଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି କରିଛି ।