ପୋଲସରା,୧୫/୦୪ (ପିପିଟି) : ଚଳିତ ବର୍ଷର ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ କୃତିତ୍ୱ ଅର୍ଜନ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ମୋଟ ୫୩ ଜଣ ଓ ଦଶମ ଶ୍ରେଣୀରେ ମୋଟ ୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦଶମରେ ୧୦୦% ଓ ଦ୍ଵାଦଶରେ ୯୬.୨% ସଫଳତା ମିଳିଛି। ସେଥିମଧ୍ୟରୁ ଦ୍ୱାଦଶ ଶ୍ରେଣୀର ସ୍ମରଣିକା ଜେନା ୯୩ ପ୍ରତିଶତ ମାର୍କ ରଖିଥିବା ବେଳେ ଦଶମ ଶ୍ରେଣୀର ଦିବ୍ୟାଂଶୁ ନନ୍ଦ ୯୫ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ତଥା ପୋଲସରା ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଏହି ପରୀକ୍ଷାରେ ଦ୍ଵାଦଶ ଶ୍ରେଣୀରୁ ଜଣେ ଛାତ୍ରୀ ଓ ଦଶମ ଶ୍ରେଣୀରୁ ୧୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ଆଣିବାରେ ସଫଳ ହୋଇଛନ୍ତି। ଏହି ସଫଳତାରେ ବିଦ୍ୟାଳୟର ପ୍ରିନ୍ସପାଲ ତ୍ରିଲୋଚନ ଷଡଙ୍ଗୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିକ୍ଷକମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ। ଭବିଷ୍ୟତରେ ବିଦ୍ୟାଳୟର ସୁନାମ ରଖିବା ପାଇଁ ସମସ୍ତଙ୍କୁ ପ୍ରତିଜ୍ଞାବଦ୍ଧ ହେବାପାଇଁ ପ୍ରେରଣା ଦେଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା