ସିଡିଏମଓଙ୍କ ଅଚାନକ କୋଦଳା ମେଡିକାଲ ଗସ୍ତ,ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ଉଦବେଗ ।

0 243

କୋଦଳା,୨୦/୦୩(ପିପିଟି):ଗୁରୁବାର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲା ଚିକିତ୍ସା ଅଧିକାରୀ ବିଜୟ କୁମାର ପଣ୍ଡା । ପରିଦର୍ଶନ ସମୟରେ ମେଡିକାଲ ପରିସର ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଦେଖିବା ସହିତ ପରିମଳ ବ୍ୟବସ୍ଥା ଠିକ ଥିବା ଦେଖି ଖୁସିବ୍ୟକ୍ତ କରିଥିବା ବେଳେ, ଡକ୍ଟର ଠିକ ରେ ରହୁନଥିବା ନେଇ ଏନ୍ଏସି ଉପାଧ୍ୟକ୍ଷା ରଞ୍ଜିତା ସେଠି ଅଭିଯୋଗକୁ ନେଇ ଡାକ୍ତରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ସିଡିଏମଓ । ଏହି ମେଡିକାଲ ରେ ଚାରିଜଣ ଡକ୍ଟର ଥିଲେ ସୁଦ୍ଧା ପାଲିକରି ମେଡିକାଲ ଚଳାଉ ଥିବା ନେଇ ଅଭିଯୋଗ କରିଥିଲେ ଉପାଧ୍ୟକ୍ଷା । ସକାଳବେଳା ଯେଉଁ ଡାକ୍ତର ରହୁଛନ୍ତି ସେ ଉପରବେଳା ରହୁନାହାଁନ୍ତି, ଯାହାଫଳରେ ବିଭିନ୍ନ ଜାଗାରୁ ଆସୁଥିବା ରୋଗୀ ନାହିଁ ନଥିବା ହଇରାଣ ହେଉଥିବା ଦର୍ଶାଇ ଛନ୍ତି ଶ୍ରୀମତୀ ସେଠି । ଅଭିଯୋଗକୁ ନେଇ ସିଡିଏମଓ ଡାକ୍ତର ମାନଙ୍କ ସହିତ ଆଲୋଚନା କରି ତାଗିଦ କରିଥିବା ଜଣାପଡ଼ିଛି । ତତ ସହିତ ଆଉଟ ସୋରସିଂ କାର୍ଯ୍ୟରତ କର୍ମଚାରୀଙ୍କୁ ଠିକ ରେ ଦରମା ମିଳୁନଥିବା ଅଭିଯୋଗ ପରେ ସମ୍ପୃକ୍ତ ଠିକାଦାରଙ୍କ ସହିତ ଆଲୋଚନା କରିଛନ୍ତି । ଡାକ୍ତର ଅଭାବ ଶୀଘ୍ର ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.