ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ।

0 280

ବେଲଗୁଣ୍ଠା, ୨୩/୦୭(ପିପିଟି):ଜାତୀୟ ଶିକ୍ଷାନୀତି-2020 ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶର ବିଦ୍ୟାଳୟ ଗୁଡ଼ିକରେ ସୋମବାର ଠାରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ I ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ I ଏହି ପ୍ରରିପ୍ରେକ୍ଷୀରେ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡାଙ୍କ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷକ ପ୍ରଭାକର ବିଷୋୟୀ, ପ୍ରଭାତ କୁମାର ମିଶ୍ର, ଶିକ୍ଷୟିତ୍ରୀ ଯାଜ୍ଞସେନୀ ପ୍ରଧାନ, ଗୀତାଞ୍ଜଳି ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କେନ୍ଦୁପଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ପରିଡ଼ା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ I ଛାତ୍ରୀ ଲୀପ୍ପା ଦଳବେହେରା, ପ୍ରିୟଙ୍କା ଦଳବେହେରା,ସଫଳତା ଭୂୟାଁ,ଛାତ୍ର ଗଦାଧର ବିଷୋୟୀ ଏବଂ ଆୟୁଷ୍ମାନ୍ ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.