ଓଡ଼ିଆ ସାହିତ୍ୟର
ସବୁଠି ବ୍ଯବସାୟ ପ୍ରବୃତ୍ତିର ଛିଟା ;
ଅର୍ଥ- ସ୍ବାର୍ଥ – ସର୍ବସ୍ବ -ମନ -ପ୍ରାଣ
ଭାବରେ ନାହିଁ:ପବିତ୍ରତା
ହସରେ ନାହିଁ: ମଧୁରତା
ସବୁ ଗୋଟିଏ ଛଳନାର
ମାୟା ଜାଲର ଝଲକରେ ବନ୍ଧା
ସାହିତ୍ୟର କର୍ଣ୍ଣଧାରମାନେ….!!
ସାହିତ୍ୟ କ୍ଷେତ୍ରକୁ ତର୍ଜମା କର
ଲେଖା ପ୍ରକାଶ ପାଇଁ କବିଙ୍କୁ
ମଗାଯାଏ : ଟଙ୍କା
ମାନପତ୍ର: ସମ୍ବର୍ଦ୍ଧିନା ପାଇଁ
ଲୋଡା: ଟଙ୍କା
ବିନା ଟଙ୍କାରେ ସାହିତ୍ୟ ବେପାର: ଶୂନ୍
ଆଉ କିଛି ଅଯୋଗ୍ୟ କବି ଟଙ୍କା ଦେଇ
ସମ୍ମାନ କ୍ରୟରେ ଆତ୍ମ ତୃପ୍ତି
ଗୌରବର ଗୋଳିଆ ପାଣିରେ
ସ୍ନାନ ରତ…..
ନୀଳ ବର୍ଣ୍ଣ ଶୃଗାଳ ହେବାରେ
ରଙ୍ଗ ବୋଳା ପର୍ବ ଏବେ ସର୍ବତ୍ର……!!
ବିକଳିଆ କବି ଲେଖକମାନେ
ଓଡ଼ିଆ ଭାଷା ସାହିତ୍ୟକୁ
କେଉଁ ଦିଗକୁ ନେଲେଣି
ତାଙ୍କ ସାହିତ୍ୟରୁ ତାଙ୍କ ଚରିତ୍ର
ଚିନ୍ତନ: ଯୋଗ୍ୟତା ସୁସ୍ପଷ୍ଟ
ପରିପ୍ରକାଶ ;
ସଂପାଦକ
ବୋଲି ଯେଉଁ ମାନେ ଖଣ୍ଡେ ଖଣ୍ଡେ
ପୂଜା ସଂଖ୍ୟାରେ ପତ୍ରିକା ପ୍ରକାଶ କରି
ମୁର୍ମୁଷୂ ଅବସ୍ଥାରୁ ନିଜ ସ୍ଥିତିକୁ
ସୁରକ୍ଷା ଦେବାକୁ ଅଣ ନିଃଶ୍ବାସୀ
ସେମାନେ ନିଜକୁ ବିରାଟ ବ୍ୟକ୍ତିତ୍ଵ ଓ
ସାହିତ୍ୟିକ ବୋଲି ନିଜକୁ ନିଜେ
ଉଦ୍ଘୋଷିତ…..!!
କବିତାର ମାନ, ଗୁଣ, ଧର୍ମ
ଏବେ ସଂକଟରେ
କି କବିତା ? କି ଶଦ୍ଦ ସଂଯୋଜନା
କି ଭାବ ଧାରାର କବିତା
ବୁଝିବା/ ବୁଝାଇବା କଷ୍ଟ
ଏବେ ଏବେ ଜନ୍ମ ନେଇଛନ୍ତି
ଆଧୁନିକ: କବି ସମ୍ରାଟ ଅବା କବି ସୂର୍ଯ୍ୟ
ଭାବାର୍ଥ ଖୋଜୁ ଖୋଜୁ
ପାଗଳଖାନାକୁ ଯିବା ସୁନିଶ୍ଚିତ…..!!
ଯେଉଁ ମାଟିରେ ମହାନ କବିଙ୍କ
ଆବିର୍ଭାବ/ଯେଉଁ ମାଟିରେ
କବିଙ୍କ କାବ୍ୟ କୃତି ଚିର ଜାଜ୍ଜ୍ୱଲ୍ୟମାନ
ସେହି ଉତ୍କଳ ମାଟିରେ
ଆଜି ସାହିତ୍ୟର ବ୍ଯବସାୟ କରଣ
ସ୍ବର୍ଣ୍ଣ କୁ ପ୍ରତ୍ୟାଖ୍ୟାନ ଆଉ
ଗୁଞ୍ଜାରେ ଆଦର କରି
ଗଳାରେ ଆତ୍ମ ବିଭୋର ହୋଇ
ନିର୍ଲଜ ମାନଂକୁ ଧାରଣ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭