ସାହାଯ୍ୟ ଅପେକ୍ଷାରେ ବୃକକ ରୋଗି ଭରତ।

0 90

ରାଜସୁନାଖଳା,୦୬/୦୬(ପିପିଟି): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାସନ୍ଦା ପଂଚାୟତର ମଧୁପୁରୁ ସାହିର ଭରତ ଦାସ ଆଜକୁ ଦୁଇ ବର୍ଷ ଚାରି ମାସ ହେଲାଣି ବୃକକ ରୋଗରେ ପଡି ଜୀବନସହ ସଂଗ୍ରାମ କରୁଛନ୍ତି। ଡାକ୍ତର କହିଛନ୍ତି ତାଙ୍କ ଦୁଇଟି ଯାକ ବୃକକ ନଷ୍ଟ ହୋଇଯାଇଛି। ଧାର ଉଦ୍ଧାର କରି ସେ ଏବେ ଭୁବନେଶ୍ୱର ଆଇ ଜି ସିକେ ମେଡିକାଲରେ ଡାଇଲସିସ କରୁଛନ୍ତି ନିଜର ଥିବା bsky କାର୍ଡ ରେ କିନ୍ତୁ ମେଡ଼ିସିନ ମାସକୁ କୋଡିଏ ହଜାର ଟଙ୍କା ର କିଣିବାକୁ ପଡୁଛି ଡାକ୍ତର କହୁଛନ୍ତି ଦୁଇଟି ବୃକକ ପ୍ରତିରୋପଣ କରିବାକୁ କିନ୍ତୁ ଆର୍ଥିକ ଅନାଟନ ରେ ସେ ଗତି କରୁଛନ୍ତି। ଏତେ ପଇସା କୋଉଠୁ ଆଣିବେ ଚିନ୍ତା ରେ ପରିବାର ଦିନେ ଖାଇଲେ ଦୁଇ ଦିନ ଉପାସ ରେ ରହୁଛନ୍ତି।ଜମି ବାଡି କହିଲେ ସେମିତି କିଛି ନାହିଁ। ସରକାରୀ ସ୍ତରରେ ବହୁ ଯୋଜନା ଥିଲେ ମଧ୍ୟ୍ୟ ସେ ସେଥିରୁ ବଂଚିତ ଗାଁ ଛକ ରେ ସେ ଝାଲ ମୁଢି, ପକୁଡି ବିକ୍ରି କରି ବହୁକଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଉ ଛନ୍ତି ଘରେ ସ୍ତ୍ରୀ ଦୁଇ ଛୁଆ ଗାଁ ରୁ ମାଗି କିଛି ପଇସା ସେ ଡାକ୍ତର ଦେଖଉ ଛନ୍ତି। ଦୁଃଖ ଭରା କଣ୍ଠ ରେ ନିବେଦନ କରିଛନ୍ତି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ ର ହାତ ବଢେଇଲେ କିଛି ଦିନ ବଞ୍ଚିଯିବେ।

ଯୋଗାଯୋଗ.ନଂ- 8658861120

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.