ସାର କଳାବଜାରୀ,ସବୁଜାଣି ନିରବ ଦ୍ରଷ୍ଟା ପ୍ରଶାସନ ।

0 213

କୋଦଳା,୧୯/୦୯(ପିପିଟି):ଚଳିତ ବର୍ଷ ଧାନଚାଷ ଭଲ ହୋଇଥିବା ବେଳେ ସାର ର ଅଭାବୀ ବିକ୍ରି ଚାଷୀକୁ ଚିନ୍ତାରେ ପକାଇଦେଇଛି । ବେଗୁନିଆପଡା ବ୍ଲକ ର ଅଧିକାଂଶ କୃଷକ ଧାନ ଚାଷ ଉପରେ ନିର୍ଭର କରୁଛନ୍ତି! ଚାଷୀଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟ ରେ ସାର କିଣନ୍ତୁ ଏବଂ ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକପ୍ରତିନିଧି ସମେତ ପ୍ରଶାସନ ବି ସଚେତନ କରୁଥିଲେ ସୁଦ୍ଧା ଏହାକୁ କୌଣସି ବ୍ୟବସାୟୀ ଭୃକ୍ଷ୍ଷେପ କରୁ ନଥିବା ଭଳି ଜଣାପଡୁଛି । ଗତବର୍ଷ ବର୍ଷା ଅଭାବରେ ଚାଷୀକୁଳ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଭଲ ଫସଲ ହୋଇଛି । କିନ୍ତୁ ଏବର ସମୟରେ ସାର ର ନିତାନ୍ତ ଆବଶ୍ୟକ ହେଉଥିବା ବେଳେ ମୁନଫାଖୋର ବ୍ୟବସାୟୀଙ୍କ ସାର କଳାବଜାରୀ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି । ଗ୍ରୋମର ସାର ଠିକ ରେ ମିଳିଥିବା ବେଳେ ୟୁରିଆର ଘୋର ଅଭାବ ଦେଖାଦେଇଛି,ୟୁରିଆର ସରକାରୀ ଧାର୍ଯ୍ୟ ଟ ୨୬୬.୫୦ ପଇସା ଥିବାବେଳେ ବିଭିନ୍ନ ଆଳ ଦେଖାଇ ବସ୍ତା କୁ ୪୫୦/- ରୁ ୫୦୦/- ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ବ୍ୟବସାୟୀ । ଧାନ ର ସରକାରୀ ମୂଲ୍ୟ ବଢିଥିବାରୁ ଚାଷୀ ଖୁସି ହୋଇଥିବା ବେଳେ ସାର ର ମାତ୍ରାଧିକ ଦର ଯୋଗୁଁ ଭାଙ୍ଗି ପଡିଛି । ପଟାସ ସାର ମଧ୍ୟ ଉଚ୍ଚା ଦରରେ ବିକ୍ରି ହେଉଥିବା ନଜର କୁ ଆସିଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ

Leave A Reply

Your email address will not be published.